ଭାରତରେ ପ୍ରଥମ ମଙ୍କିପକ୍ସ ଭାଇରସ କେସ୍ ! କେରଳରୁ ଲକ୍ଷଣ ଥିବା ବ୍ୟକ୍ତି ଚିହ୍ନଟ

0
193
first-monkeypox-case-identify-in indias kerala

ଥିରୁଅନନ୍ତପୁରମ: ଭାରତରେ ପ୍ରଥମ ମଙ୍କିପକ୍ସ ଭାଇରସ ଚିହ୍ନଟ ! କେରଳରେ ଜଣେ ମଙ୍କିପକ୍ସ ସନ୍ଦିଗ୍ଧ ମିଳିଥିବା ସୂଚନା ମିଳିଛି । ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ କରିଛି । ଆକ୍ରାନ୍ତ ବ୍ୟକ୍ତି ନିକଟରେ ବିଦେଶରୁ ଫେରିଥିଲେ । ତାଙ୍କଠାରେ ମଙ୍କିପକ୍ସ ଲକ୍ଷଣ ଦେଖାଯିବା ପରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ କହିଛନ୍ତି । ତାଙ୍କ ସାମ୍ପୁଲ ଟେଷ୍ଟ ପାଇଁ ପୁଣେ ପଠାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ପଙ୍କିପକ୍ସ ପଶୁଙ୍କ ଠାରୁ ମଣିଷଙ୍କୁ ସଂକ୍ରମିତ ହୋଇଥାଏ । ଏହି ରୋଗ ବିଶେଷ କରି ପଶ୍ଚିମ ଏବଂ ମଧ୍ୟ ଆମେରିକାରେ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ୬୦ରୁ ଅଧିକ ଦେଶରେ ଏହି ଭାଇରସ ବ୍ୟାପି ସାରିଛି । ଏହି ଦେଶରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ୪ ଶହରୁ ଅଧିକ । ୧୨ ଜୁଲାଇ ଯାଏଁ ବ୍ରିଟେନରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ୧୭୩୫ ରହିଛି ।

Also Read  କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅକ୍ଷୟ କୁମାରଙ୍କ ସମେତ ଏହିସବୁ ଷ୍ଟାର୍ସ ରେଡ୍ କାର୍ପେଟ୍‌ରେ ଦେଖାଇବେ ଜଲୱା, ଜଜ୍ ହେବେ ଦୀପିକା

LEAVE A REPLY

Please enter your comment!
Please enter your name here