ଆଜି ଖୋଲିବ ହୀରାକୁଦର ୫ଟି ଗେଟ୍

0
117
hiraku-dam-opens-5-gate release-floodwaters

ସମ୍ବଲପୁର : ଆଜି ଖୋଲିବ ହୀରାକୁଦ ଗେଟ୍ । ଦିନ ୧୧ଟାରେ ପର୍ଯ୍ୟାୟକ୍ରମେ ୫ଟି ଗେଟ୍ ଖୋଲିବ । ପ୍ରଥମେ ୭ନଂ ଗେଟ୍ ଖୋଲାଯିବ । ମହାନଦୀ ତଟବର୍ତ୍ତୀ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୧ ମସିହା ଜୁଲାଇ ୧୧ ତାରିଖ ଦିନ ଗତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଥିଲା । ସେହି ସମୟରେ ଜଳଭଣ୍ଡାର ଜଳସ୍ତର ୬୧୧ ଫୁଟ୍ ରହିଥିଲା।

ଆଜି ଜଳଭଣ୍ଡାର ଜଳସ୍ତର ୬୧୫ ଫୁଟ୍‌ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ରବିବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୨.୧୦ ଫୁଟ୍ ରହିଥିବା ବେ‌ଳେ ଜଳଭଣ୍ଡାରକୁ ୧ ଲକ୍ଷ ୩୯ ହଜାର ୪୩୦ କ୍ୟୁସେକ ଜଳ ପ୍ରବେଶ କରୁଥିଲା । ସେହି ସମୟରେ ଜଳଭଣ୍ଡାରରୁ ୩୯ ହଜାର ୧୨୧ କ୍ୟୁସେକ ଜଳ ବିଭିନ୍ନ କେନାଲ ଓ ପାୱାର ଚାନେଲ ଦେଇ ନିଷ୍କାସିତ ହେଉଥିଲା ।

Also Read  କ୍ୱାଡ୍ ବୈଠକରେ ଆତଙ୍କବାଦ ନିପାତ ଉପରେ ଗୁରୁତ୍ବ ଦେଲେ ଆମେରିକା ସମେତ ତିନି ଦେଶ

LEAVE A REPLY

Please enter your comment!
Please enter your name here