ଆଜି ଶ୍ରାବଣ ପ୍ରଥମ ସୋମବାର

0
414

ଆଜି ଶ୍ରାବଣ ପ୍ରଥମ ସୋମବାର । ୨ବର୍ଷ ପରେ ଜଳଲାଗି ପାଇଁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି । ବୋଲବମ ପାଇଁ ପୋଲିସ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । କେବଳ ମାସ୍କ ପିନ୍ଧିଥିବା ଭକ୍ତଙ୍କୁ ମନ୍ଦିର ଭିତରକୁ ଅନୁମତି ମିଳିଛି । ସେପଟେ କାଉଡ଼ିଆମାନଙ୍କୁ ଭିତରକୁ ଶୃଙ୍ଖଳିତ ଭାବେ ଛାଡ଼ିବା ପାଇଁ ମନ୍ଦିର ଭିତରେ ଓ ବାହାରେ ମାଇକ୍‌ ଯୋଗେ ପ୍ରଚାର କରାଯାଇଛି । ବିଏମ୍‌ସି ମାଗଦର୍ଶିକା ଅନୁଯାୟୀ ଭକ୍ତ ଓ ସେବାୟତ ମାସ୍କ ପିନ୍ଧି ମନ୍ଦିରକୁ ଯିବେ । ଶ୍ରାବଣୀ ଜଳ ଲାଗି ପାଇଁ ଓ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ଥଣ୍ଡା ଜ୍ୱର ଲକ୍ଷଣ ଥି‌ଲେ ପ୍ରବେଶ ନକରିବାକୁ ଅନୁରୋଧ କରାଯାଇଛି । ରବିବାର ରାତିରୁ ପୁଲିସ ମନ୍ଦିର ସିଂହଦ୍ୱାର ଓ ଆଖପାଖ ଅଞ୍ଚଳରେ ପଇଁତରା ମାରୁଛି ।

Also Read  ପ୍ରବଳରୁ ଅତିପ୍ରବଳ ବର୍ଷିବ; ଜାରିହେଲା ୧୧ ଜିଲ୍ଲାକୁ ‘ରେଡ୍‌’ ଓ ୧୯ ଜିଲ୍ଲାକୁ ‘ଅରେଞ୍ଜ’ ଓ୍ଵାର୍ଣ୍ଣିଂ