ଉତ୍ତରାଖଣ୍ଡ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ହେଭିୱେଟ୍ ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବଡ଼ ଟକ୍କର । ଉତ୍ତରାଖଣ୍ଡରେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍ । ଲାଲକୁଆଁ ଆସନରେ ୧୪ ହଜାର ଭୋଟ ବ୍ୟବଧାନରେ ହରିଶ ହାରିଛନ୍ତି । ଭାରତୀୟ ଜନତା ପାର୍ଟି ୪୬ଟି ଆସନରେ ଆଗୁଆ ରହିଥିବାବେଳେ ୨୨ଟି ଆସନରେ କଂଗ୍ରେସ ଏବଂ ତିନିଟି ଆସନରେ ସ୍ୱାଧୀନ ପ୍ରାର୍ଥୀମାନେ ଆଗରେ ରହିଛନ୍ତି । ଏମଧ୍ୟରେ ସବୁଠାରୁ ବଡ଼ ଖବର ହେଲା ଯେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ଲାଲକାନ ଆସନରୁ ପରାଜୟବରଣ କରିଛନ୍ତି । ହରିଶ ରାୱତ ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟଙ୍କ ଠାରୁ ପରାସ୍ତ ହୋଇଛନ୍ତି।
ବିଜେପିର ମୋହନ ସିଂ ବିଶ୍ୱ ହରିଶ ରାୱତଙ୍କୁ ୧୪ ହଜାର ଭୋଟରେ ପରାସ୍ତ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖତିମା ଆସନରୁ ୨ ହଜାରରୁ ଅଧିକ ଭୋଟରେ ପଛରେ ରହିଛନ୍ତି । ମନ୍ତ୍ରିମଣ୍ଡଳ ୩ ମନ୍ତ୍ରୀ ବଂଶୀଧର ଭଗତ, ଡାକ୍ତର ଧନସିଂ ରାୱତ ଓ ସୁବୋଧ ଉନିୟାଲ ବି ପଛୁଆ ଥିବା ଜଣାଯାଇଛି । ଉତ୍ତରାଖଣ୍ଡରେ ମୋଟ ୭୦ ଆସନ ମଧ୍ୟରୁ ଏବେ ବିଜେପି ୪୬ ଟି ଆସନରେ ଆଗୁ ଆ ଥିବା ବେଳେ କଂଗ୍ରେସ ମାତ୍ର ୨୪ ଟି ଆସନରେ ଆଗୁଆ ରହିଛି । ତାଙ୍କ ଝିଅ ଅନୁପମା ରାୱତଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପଡିଛି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟଙ୍କ ଠାରୁ ପରାସ୍ତ ହୋଇଛନ୍ତି।