ଉତ୍ତରାଖଣ୍ଡରେ ବଡ଼ ବ୍ୟବଧାନରେ ହାରିଲେ ୨ ଥରର ମୁଖ୍ୟମନ୍ତ୍ରୀ ହରିଶ ରାୱତ

0
421
former-chief-minister-harish-rawat-lost-in-uttarakhand

ଉତ୍ତରାଖଣ୍ଡ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ହେଭିୱେଟ୍ ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବଡ଼ ଟକ୍କର । ଉତ୍ତରାଖଣ୍ଡରେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍ । ଲାଲକୁଆଁ ଆସନରେ ୧୪ ହଜାର ଭୋଟ ବ୍ୟବଧାନରେ ହରିଶ ହାରିଛନ୍ତି । ଭାରତୀୟ ଜନତା ପାର୍ଟି ୪୬ଟି ଆସନରେ ଆଗୁଆ ରହିଥିବାବେଳେ ୨୨ଟି ଆସନରେ କଂଗ୍ରେସ ଏବଂ ତିନିଟି ଆସନରେ ସ୍ୱାଧୀନ ପ୍ରାର୍ଥୀମାନେ ଆଗରେ ରହିଛନ୍ତି । ଏମଧ୍ୟରେ ସବୁଠାରୁ ବଡ଼ ଖବର ହେଲା ଯେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ଲାଲକାନ ଆସନରୁ ପରାଜୟବରଣ କରିଛନ୍ତି । ହରିଶ ରାୱତ ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟଙ୍କ ଠାରୁ ପରାସ୍ତ ହୋଇଛନ୍ତି।

ବିଜେପିର ମୋହନ ସିଂ ବିଶ୍ୱ ହରିଶ ରାୱତଙ୍କୁ ୧୪ ହଜାର ଭୋଟରେ ପରାସ୍ତ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖତିମା ଆସନରୁ ୨ ହଜାରରୁ ଅଧିକ ଭୋଟରେ ପଛରେ ରହିଛନ୍ତି । ମନ୍ତ୍ରିମଣ୍ଡଳ ୩ ମନ୍ତ୍ରୀ ବଂଶୀଧର ଭଗତ, ଡାକ୍ତର ଧନସିଂ ରାୱତ ଓ ସୁବୋଧ ଉନିୟାଲ ବି ପଛୁଆ ଥିବା ଜଣାଯାଇଛି । ଉତ୍ତରାଖଣ୍ଡରେ ମୋଟ ୭୦ ଆସନ ମଧ୍ୟରୁ ଏବେ ବିଜେପି ୪୬ ଟି ଆସନରେ ଆଗୁ ଆ ଥିବା ବେଳେ କଂଗ୍ରେସ ମାତ୍ର ୨୪ ଟି ଆସନରେ ଆଗୁଆ ରହିଛି । ତାଙ୍କ ଝିଅ ଅନୁପମା ରାୱତଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପଡିଛି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟଙ୍କ ଠାରୁ ପରାସ୍ତ ହୋଇଛନ୍ତି।

Also Read  Twenty projects worth Rs 1,900 Crore approved for swift implementation of Namami Gange Programme in Uttarakhand, Bihar, Jharkhand and Delhi