ଭୁବନେଶ୍ବର: ଓଡିଶା ଷ୍ଟାଫ୍ ସିଲେକସନ୍ କମିଟି ଅଧ୍ୟକ୍ଷ ହେଲେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜି) ଅଭୟ । ଆଗମୀ ୫ ବର୍ଷ ପାଇଁ ଓଏସଏସସି ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇବେ ପୂର୍ବତନ ପୋଲିସ ଡିଜି ଅଭୟ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରିକରାଯାଇଛି । ପୂର୍ବରୁ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ଭାବେ ଦାୟିତ୍ବ ନିର୍ବାହ କରିସାରିଛନ୍ତି ଅଭୟ । କାର୍ଯ୍ୟକାଳ ପୂରଣ ହେବାପରେ ତାଙ୍କ ସ୍ଥାନରେ ସୁନୀଲ ବଂସଲ ହୋଇଛନ୍ତି ପୋଲିସ ଡିଜି ।
ପୂର୍ବତନ ପୋଲିସ ଡିଜି ଅଭୟଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ୧୯୮୭ ବ୍ୟାଚ୍ ଆଇପିଏସ୍ ସୁନୀଲ ବଂସଲ । ତେବେ ସେ ଦାୟିତ୍ବ ଗ୍ରହଣ କରିବା ପରେ ପୂର୍ବତନ ଡିଜି ଅଭୟଙ୍କୁ ନୂଆ ଦାୟିତ୍ବ ଦେଇଥିଲେ ରାଜ୍ୟ ସରକାର । ଅଭୟଙ୍କୁ ଏସ୍ଟିଏଫ୍ (ନାର୍କୋଟିକ୍ସ) ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ପୂର୍ବତନ ପୋଲିସ ଡିଜି ଅଭୟଙ୍କୁ ଏହି ନୂଆ ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା ମଧ୍ୟ ତାଙ୍କୁ ମିଳିଥିଲା । ତେବେ ପୁଣି ତାଙ୍କ ଉପରେ ଗୁରୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ସରକାର ।