ସୁସ୍ଥ ହେଲେ ମହାପ୍ରଭୁ, ଆଜି ମହାପ୍ରଭୁଙ୍କ ଘଣା ଲାଗି ନୀତି

0
345
world famous ratha-yatra-will-celebrate-tomorrow

ପୁରୀ: ସୁସ୍ଥ ହେଲେ ମହାପ୍ରଭୁ, ଆଜି ମହାପ୍ରଭୁଙ୍କ ଘଣା ଲାଗି ନୀତି। ଅଣସରର ତ୍ରୟୋଦଶୀ ତିଥି ଅବସରରେ ମହାପ୍ରଭୁଙ୍କ ଘଣା ଏବଂ ଖଳିପ୍ରସାଦ ଲାଗି ନୀତି କରାଯିବ। ଅଣସର ତ୍ରୟୋଦସୀରେ ଘଣା ଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର, ଖଳି ପ୍ରସାଦ ଓ ଖଡି ପ୍ରସାଦ ଲାଗି ହେବ।

ଅଣସର ଗୃହରେ ସଂପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉ ମାନଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ଖଡି ଲାଗି ହେବ। ଆଜି ସନ୍ଧ୍ୟାରେ ଘଣ୍ଟ, ଛତା, ଛତା କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଶୁଦ୍ଧ ସୁଆରଙ୍କଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ଭିତର ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସମ୍ପନ୍ନ ହେବ। ଶ୍ରୀଜୀଉଙ୍କ ସୁସ୍ଥତାର ଖବର ଦଇତାପତି ସେବାୟତ ଗତକାଲି ଗଜପତି ମହାରାଜାଙ୍କୁ ପ୍ରଦାନ କରିଥିଲେ ।

ଏପଟେ ଶୃଙ୍ଖଳିତ ଓ ସୁରକ୍ଷିିତ ରଥଯାତ୍ରା ପାଇଁ ମୁତୟନ ହେବେ ୧୮୦ ପ୍ଲାଟୁନ୍‌ ଫୋର୍ସ। ବଡ଼ଦାଣ୍ଡରେ ଆମ୍ବୁଲାନ୍‌ସ ପାଇଁ ହେବ ଗ୍ରୀନ୍‌ କରିଡର। ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ସମେତ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଇବା କାମ ଚାଲିଛି ।

Also Read  India vs England 2nd ODI at Barabati Today