ଚାକିରି ଦେବା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ, ଠକ ଗିରଫ

0
145

ମାଲକାନଗିରି: ଚାକିରି କରାଇ ଦେବା ନାମରେ ପ୍ରତିଦିନ ମୋବାଇଲରେ ବିଭିନ୍ନ ଲୋଭନୀୟ ବିଜ୍ଞାପନଗୁଡିକ ଆସିଥାଏ। ଲୋକେ ସବୁ ଜାଣି ମଧ୍ୟ ଏଭଳି ଫେକ ବିଜ୍ଞାପନକୁ ବିଶ୍ବାସ କରି ନିଜର କଷ୍ଟାର୍ଜିତ ଟଙ୍କାକୁ ଦଲାଲମାନଙ୍କ ହାତକୁ ଟେକି ଦିଅନ୍ତି। ଯେତେବେଳେ ସେମାନେ ଠକାମୀରେ ପଡନ୍ତି ସେତେବେଳେ ସବୁ ସରିଯାଇଥାଏ। ଏଭଳି ଏକ ସଦ୍ୟତମ ଘଟଣା ମାଲକାନଗିରି ଜିଲ୍ଲାର ମାଥିଲି ଅଂଚଳରେ ଘଟିଛି।

ଟଙ୍କା ଠକିଥିବା ଅଭିଯୁକ୍ତକୁ ଗିରଫ କରିବା ସହ ଏହି କେଶର ପର୍ଦାଫାସ କରିଛି। ଘଟଣା ଅନୁଯାୟୀ ଗତ ୯ମାସ ତଳେ ମାଥିଲି ଅଂଚଳର ପୂର୍ବତନ ବିଇଓ ସ୍ବର୍ଗତ କୃଷ୍ଣ ନାୟକଙ୍କ ପତ୍ନୀ ରମ୍ଭା ନାୟକଙ୍କୁ ଏକ ଫୋନ କଲ ଆସେ। ଫୋନରେ ଜଣେ ବ୍ୟକ୍ତି ରାୟଗଡାର ଅତିରିକ୍ତ ବିଇଓ କହୁଥିବା କହି ସ୍ବାମୀ କୃଷ୍ଣ ନାୟକଙ୍କୁ ଚିହ୍ନିଥିବା କହିଥିଲା।

ତାଙ୍କର ଝିଅକୁ ଚାକିରି କରାଇ ଦେବାକୁ ସେ ବହୁ ଥର ଅନୁରୋଧ କରିଥିଲେ। ତେଣୁ ମୁଁ ତୁମ ଝିଅକୁ ରେଳବାଇରେ ଚାକିରି କରାଇ ଦେବି ବୋଲି କହି ବିଶ୍ବାସକୁ ଆଣିଥିଲା। ଏଥିପାଇଁ କିଛି ଟଙ୍କା ଲାଗିବ ବୋଲି କହିବା ସହ ଗତ ୨୦୨୧ ଅକ୍ଟୋବର ମାସ ଠାରୁ ୨୦୨୨ ମାର୍ଚ୍ଚ ମାସ ମଧ୍ୟରେ ବିଭିନ୍ନ ସମୟରେ ଅନଲାଇନରେ, ନଗଦ ପ୍ରାୟ ୩୦ ଲକ୍ଷ ଟଂକା ନେଇ ଚାକିରି ଦେବାକୁ ଟାଳଟୁଳ ନୀତି କରିଥିଲା।

ଗତ ଚାରି ମାସ ତଳେ ଝିଅକୁ ଚାକିରି ପାଇଁ ରମ୍ଭା ଠକ ସ୍ମୃତି ଶେଖର ଜେନାଙ୍କୁ ବାରମ୍ବାର କଲ କରିବା ସହ ଟାକିରି ଦେବାକୁ ବାଧ୍ୟ କରିବା ପରେ ମଧ୍ୟ ସେ ଧରାଛୁଆଁ ଦେଲା ନାହିଁ। ତେଣୁ ବାଧ୍ୟ ହୋଇ ସେ ମାଥିଲି ଥାନାରେ ଏତଲା ଦାୟର କରିଥିଲେ। ଏତଲାକୁ ଭିତ୍ତି କରି ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ଏକ ବଡ ଜାଲ ବିଛାଇ ସ୍ମତି ରଂଜନକୁ ଜଂଗତସିଂପୁରରୁ ଗିରଫ କରିଥିଲା।

ସ୍ମୃତି ରଂଜନ ଜଣେ ଇଂଜନିୟର ଛାତ୍ର। ଅଭିଯୁକ୍ତର ବୟସ ୩୧ ବର୍ଷ। ସେ ଏଭଳି ବହୁ ଲୋକଙ୍କୁ ଠକି ସାରିଥିବା ପୁଲିସ କହିଛି। ପୁଲିସ ନିକଟରେ ଥିବା ରିପୋର୍ଟ ଅନୁଯାୟୀ କୋରାପୁଟ ଜିଲ୍ଲାର କୋଟପାଡ ଅଂଚଳରୁ ୧୩ ଲକ୍ଷ, ରାୟଗଡା ଅଂଚଳରୁ ପ୍ରାୟ ୨୦ ଲକ୍ଷ ଟଂକା ଠକି ସାରିଛି। ଏଭଳି ଓଡିଶା ଶାରା ଏହି ଠକ ଲୋକଙ୍କୁ ଚାକିରି ଦେବା ନାମରେ ଲକ୍ଷାଧିକ ଟଂକା ଠକିଥିବା ପୁଲିସ କହିଛି।

ଅଭିଯୁକ୍ତ ଠାରୁ ଦୁଇଟି ମୋବାଇଲ, ଗୋଟିଏ ସୁନା ମୁଦି ଜବତ କରିଛି। ପୂର୍ବରୁ ୨୦୧୬ ମସିହାରେ ଅଭିଯୁକ୍ତ ସ୍ମୃତି ରଂଜନ ତିର୍ତୋଲ ଥାନା ପକ୍ଷରୁ ଏଭଳି ଠକିବା ନେଇ ଗିରଫ ହେବା ସହ କୋର୍ଟ ଚାଲାଣ ହୋଇଥିଲା। ଜେଲରୁ ଫେରି ପୁଣି ସେ ଏହି କାର୍ଯ୍ୟକୁ ଜାରି ରଖିଛି। ତେବେ ମାଲକାନଗିରି ଅଂଚଳରୁ ଆଉକାହା କହାକୁ ସେ ଠକିଛି ସେନେଇ ପୁଲିସ ତଦନ୍ତ କରୁଥିବା ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକ ପ୍ରକାଶ କରିଛନ୍ତି।

Also Read  ଗୁଳିକରି ମହିଳା କର୍ମଚାରୀଙ୍କଠାରୁ ୬୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

LEAVE A REPLY

Please enter your comment!
Please enter your name here