ପ୍ରବଳ ବର୍ଷା : ୭ ଜିଲ୍ଲାକୁ ରେଡ୍‌, ୧୫ ଜିଲ୍ଲାକୁ ଅରେଞ୍ଜ୍ ଓ୍ବାର୍ଣ୍ଣିଂ ଜାରି

0
157
Heavy rainfall alert for odisha

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଘନୀଭୂତ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ଅବପାତ ପରେ ଛତିଶଗଡ଼ ମୁହାଁ ହେବ ଲଘୁଚାପ। ଏହା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳ ଓଡିଶାର ୧୭ ଜିଲ୍ଲାକୁ ରେଡ ଆଲର୍ଟ ପାଣିପାଗ ବିଭାଗ ଜାରି କରିଛି। ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ଢେଙ୍କାନାଳ କୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲାରେ ୨୦୦ ମିଲିମିଟର ରୁ ଅଧିକ ବର୍ଷା ସମ୍ଭାବନା ରହିଛି।

ସେହିପରି ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ବରଗଡ଼ ଜ଼ିଲ୍ଲାକୁ ଅରେଞ୍ଜ ଆଲର୍ଟ ପାଣିପାଗ ବିଭାଗ ଜାରି କରିଛି । ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାକୁ ୟେଲୋ ସହ ୧୫ ତାରିଖ ଯାଏଁ ୧୦ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଯାଇଛି। ସେହି ସବୁ ଜିଲା ହେଲା ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସୋନପୁର, ବୌଦ୍ଧ, ଝାରସୁଗୁଡା, ସମ୍ବଲପୁର, ଦେବଗଡ ଏବଂ ଅନୁଗୁଳ ।

ଏହି ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବର୍ଷା ସମୟରେ ପବନ ର ବେଗ ଘଣ୍ଟାପ୍ରତି ୪୫ ରୁ ୫୫ କିଲୋମିଟର ରହିବ। ସେହିପରି ସମୁଦ୍ରର ଅଶାନ୍ତ ରହିବା ସହ ୪ ରୁ ୬ ମିଟର ଉଚ୍ଚ ଜୁଆର ଆସିବ। ଯେଉଁଥିପାଇଁ ୧୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର କୁ ବାରଣ କରାଯାଇଛି। ଉପର ମହାନଦୀ, ତଳ ମହାନଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ନଦୀରେ ବନ୍ୟା ଆଶଙ୍କା ଉପୁଜିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ.ଆର. ବିଶ୍ବାସ କହିଛନ୍ତି।

Also Read  ଭିଜିଲାନ୍ସ ଜାଲରେ କଟକର ଓଏସଏପି ସିପାହୀ : ୧୭ ବ୍ୟାଙ୍କ ପାସବୁକ୍ ଜବତ

LEAVE A REPLY

Please enter your comment!
Please enter your name here