ଗଞ୍ଜାମରେ IPL ବେଟିଂ ଚାଲିଥିବାବେଳେ ଚଢ଼ାଉ କଲା ପାଟପୁର ପୋଲିସ, ୬ ଗିରଫ

0
472
ipl-beating-in-ganjam 6-arrested

ଗଞ୍ଜାମ: IPLରେ ବେଟିଂ କରିବା ବେଳେ ହଠାତ ପାଟପୁର ଥାନା ପୋଲିସ ପହଞ୍ଚି ଛଅ ଜଣ ଯୁବକଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଏକ ଲକ୍ଷ ୪୫ ହଜାର ଟଙ୍କା ଜବତ କରିବା ସହ ଛଅ ମୋବାଇଲକୁ ମଧ୍ୟ ଜବତ କରାଯାଇଛି।

ପୋଡାମାରି କଲେଜ ପଡିଆରେ IPL ବେଟିଂରେ କିଛି ଯୁବକ ନିମଗ୍ନ ଥିବା ଖବର ମିଳିଥିଲା ପାଟପୁର ଥାନା ପୋଲିସକୁ। ଏହାପରେ ପୋଲିସ ଅତର୍କିତ ଭାବେ ପହଞ୍ଚି ଯୁବକ ମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଏହି ସମ୍ପର୍କରେ ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ଓ ଏସଆଇ ଟୁନା ପୀଡ଼ିକାଙ୍କ ଉପସ୍ଥିତିରେ ଅତିରିକ୍ତ ଏସପି ପ୍ରଦୀପ କୁମାର ଦଳାଇ ସବିଶେଷ ସୂଚନା ଦେଇଛନ୍ତି।

Also Read  ହତ୍ୟାକାରୀ ସ୍ୱାମୀ, ଅଳ୍ପକେ ବର୍ତ୍ତିଗଲା ୮ବର୍ଷର ପୁଅ