ହକିର ବିକାଶ ପାଇଁ ରାଜ୍ୟର ସବୁ ସ୍କୁଲରେ ହେବ ମୋ ସ୍କୁଲ ହକି କ୍ଲବ

0
209
Mo school hockey club will be in all schools in the state for the development of hockey

ଭୁବନେଶ୍ୱର: ଏଣିକି ସବୁ ସ୍କୁଲରେ ଖେଳାଯିବ ହକି । ହକିର ବିକାଶ ପାଇଁ ରାଜ୍ୟର ସବୁ ସ୍କୁଲରେ ହେବ ମୋ ସ୍କୁଲ ହକି କ୍ଲବ । ପ୍ରାରମ୍ଭିକ ସ୍ଥରରେ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଥିବା ସ୍କୁଲରେ ମୋ ସ୍କୁଲ ହକି କ୍ଲବ ଯୋଜନା କାର୍ଯ୍ୟକାରୀ କରାଯିବ । ପରେ ଏହା ସବୁ ସ୍କୁଲରେ କାର୍ଯ୍ୟକାରୀ ହେବ । ପ୍ରତ୍ୟେକ ସ୍କୁଲରେ ୩୦ ଛାତ୍ର ଓ ୩୦ ଛାତ୍ରୀଙ୍କୁ ନେଇ ହକି କ୍ଲବ ଗଠନ ହେବ ।

ଏହସହ ଜଣେ ଲେଖାଏଁ ହକି ପିଇଟି ମଧ୍ୟ ନିଯୁକ୍ତି ହେବେ। ସବୁ ସ୍କୁଲକୁ ଆବଶ୍ୟକତା କିଟ ସହ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। କ୍ରୀଡା ବିଭାଗ, ଓଡ଼ିଶା ହକି ପ୍ରମୋସନ କାଉନସିଲ ଓ ହକି ଆସୋସିଏସନ ଅଫ ଓଡ଼ିଶା ମିଳିତ ଭାବେ ସ୍କୁଲ ସ୍ତରରେ ହକି ଖେଳାଳି ସୃଷ୍ଟି କରିବାକୁ ଯୋଜନା ଆରମ୍ଭ କରାଯାଇଛି । ସ୍କୁଲରେ ହକି ଖେଳ ଦ୍ୱାରା ପିଲାମାନେ ହକି ପ୍ରତି ଆକୃଷ୍ଟ ହେବେ । ଏନେଇ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ।

Also Read  ଭାରସାମ୍ୟ ହରାଇ ଫ୍ଲାଏ ଓଭର ତଳକୁ ଖସିଲା କାର୍: ଚାଳକ ଆହତ

LEAVE A REPLY

Please enter your comment!
Please enter your name here