ଆଜି ବି ରାଜଧାନୀରେ ଅସହ୍ୟ ତାତି; ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୦.୨ ଡିଗ୍ରୀ

0
378
high temperature in bhubaneswar

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବଢିବାରେ ଲାଗିଛି। ଏଥିପାଇଁ ତତଲା ତାୱାରେ ଭାଜି ହେଉଛି ସାରା ଓଡିଶା । ଗତ କିଛି ଦିନ ହେବ ରାଜ୍ୟରେ ଅଧିକାଂଶ ଜିଲାରେ ପ୍ରଚଣ୍ଡ ଖରା ଅନୁଭବ ହେଉଛି। ଗତ କାଲି ପରି ଆଜି ମଧ୍ୟ ପ୍ରଚଣ୍ଡ ଖରା ତାତିରେ ସିଜୁଛି ରାଜଧାନୀ ଭୁବନେଶ୍ୱର। ମୁଣ୍ଡଫଟା ଖରାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଦିନ ସାଢେ ୧୧ଟା ସୁଦ୍ଧା ୪୦.୨ ଡିଗ୍ରୀ ତାପମାତ୍ରା ଛୁଇଁଛି ରାଜଧାନୀ ଭୁବନେଶ୍ୱରରେ । ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

Also Read  ଆଜି ହେରାପଞ୍ଚମୀ: ନନ୍ଦିଘୋଷ ରଥ ଭାଙ୍ଗିବେ ଅଭିମାନିନୀ ମା' ଲକ୍ଷ୍ମୀ ଠାକୁରାଣୀ