ସିଦ୍ଧୁ ମୁସେୱାଲା ହତ୍ୟା ଘଟଣା : ଅଭିଯୁକ୍ତ ଅଙ୍କିତ ସିର୍ସାଙ୍କୁ ଫାଶୀ ଦେବା ପାଇଁ ତାଙ୍କ ବାପା ମା କଁ ଦାବି

0
226

ଚଣ୍ଡୀଗଡ଼: ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ରହସ୍ୟ ଉପରୁ ପୁଲିସ ଧିରେ ଧିରେ ପରଦା ହଟାଇବାରେ ଲାଗିଛି। ଏପର୍ଯ୍ୟନ୍ତ ଏକାଧିକ ଲୋକଙ୍କୁ ଗିରଫ କରାଯାଇ ସାରିଥିବା ବେଳେ ଗତକାଲି ଆଉ ଏକ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ। ଅଭିଯୁକ୍ତ ଅଙ୍କିତ ସିର୍ସା, ଯିଏ ସିଦ୍ଧୁ ମୁସେୱରଲାଙ୍କୁ ଅତି ପାଖରୁ ଗୁଳି ମାରିଥିଲା ତାକୁ ଗତକାଲି ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଗିରଫ କରିଥିଲା। ତେବେ ଅଙ୍କିତଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯିବା ପରେ ତାଙ୍କ ପରିବ‌ାର ଅଙ୍କିତଙ୍କୁ ଫାଶୀ ଦେବାକୁ କହିଛନ୍ତି।

ଅଭିଯୁକ୍ତ ଅଙ୍କିତଙ୍କ ଦାଦା ନବୀନ ନ୍ୟୁଜ ୧୮କୁ କହିଛନ୍ତି ଯେ ସରକାର ତାକୁ ଯାହା ଦଣ୍ଡ ଦେବେ ତାକୁ ଆମ ପାଇଁ ଗ୍ରହଣ କରିବୁ। ଆମେ ମୃତ୍ୟୁ ୱାରେଣ୍ଟରେ ମଧ୍ୟ ଦସ୍ତଖତ କରିବାକୁ ପ୍ରସ୍ତୁତ। ସେ ସାରା ଭାରତର ଲୋକମାନଙ୍କ ଆଗରେ ଆମକୁ ଅପମାନିତ କରିଛି। ଆମେ କାହିଁକି ତା’ ପାଇଁ ମନ ଦୁଃଖ କରିବୁ। ଉ‌ଲ୍ଲେଖଯୋଗ୍ୟ, ରବିବାର ରାତି ପ୍ରାୟ ୧୧ଟା ସମୟରେ ପୋଲିସ ଟିମ୍ ଅଙ୍କିତଙ୍କୁ ଗିରଫ କରିଥିଲା। ତେବେ ଅଙ୍କିତ ସିର୍ସା ଚାରିମାସ ପୂର୍ବରୁ ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗରେ ଯୋଗ ଦେଇଥିଲା।

ସେ ୯ମ ପାସ୍ କରିବା ପରେ ଅପରାଧର ଅନ୍ଧକାରକୁ ଠେଲି ହୋଇ ଆସିଥିଲା। ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ରବିବାର ରାତିରେ (ଜୁଲାଇ ୩) ତାଙ୍କ ସାଥୀଙ୍କ ସହ ଅଙ୍କିତ ସିର୍ସାଙ୍କୁ ଗିରଫ କରିଥିଲା। ଦିଲ୍ଲୀର କଶ୍ମୀର ଫାଟକ ନିକଟରୁ ଉଭୟଙ୍କୁ ଗିରଫ କରାଯାଇଥିଲା। ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଅନୁଯାୟୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଆଉ ଦୁଇଜଣ ଲୋକ ତାଙ୍କ ଟାର୍ଗେଟରେ ଥିଲେ। ଏହି ଦୁଇଜଣଙ୍କୁ ହତ୍ୟା କରିବା ପରେ ଉଭୟ ବିଦେଶକୁ ପଳାୟନ କରିବାକୁ ଯୋଜନା କରିଥିଲେ।

Also Read  ଆଜିଠୁ ଚାରି ଦିନ ବନ୍ଦ ରହିବ ବ୍ୟାଙ୍କ

LEAVE A REPLY

Please enter your comment!
Please enter your name here