ବାରବାଟୀ ଟି-୨୦: ଭୁବନେଶ୍ଵରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍, ହୋଟେଲ୍ ମେ’ ଫେୟାରରେ ହେଲା ଭବ୍ୟ ସ୍ଵାଗତ

0
165
india-and-south-africa-player-reached-in-bhubaneswar

ଭୁବନେଶ୍ଵର: ଭୁବନେଶ୍ଵରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ । ବିମାନ ବନ୍ଦରରେ ଦୁଇଟି ଟିମ୍‌କୁ ଭବ୍ୟ ସ୍ଵାଗତ କରାଯାଇଛି। ରବିବାର ଖେଳାଯିବାକୁ ଥିବା ଟି-ଟ୍ଵେଣ୍ଟି ମ୍ୟାଚ୍ ପାଇଁ ଉଭୟ ଟିମ୍ ଓଡ଼ିଶାରେ ପହଞ୍ଚିଛନ୍ତି। ଅପରାହ୍ନ ପ୍ରାୟ ୨ଟାରେ ଉଭୟ ଟିମ୍ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହାପରେ କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କୁ ମେ ଫେୟାର ହୋଟେଲକୁ ନିଆଯାଇଥିଲା। ଉଭୟ ଦଳର ଖେଳାଳିଙ୍କୁ ସେ ଫେୟାର ହୋଟେଲରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ରବିବାର ଦିନ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ। ସେଥିପାଇଁ ପୁଲିସ୍‌ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଶନିବାର ଦିନ ଉଭୟ ଦଳ ପର୍ଯ୍ୟାୟ କ୍ରମିକ ଭାବେ କଟକ ଯାଇ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ । ଖେଳାଳିଙ୍କ ପାଇଁ କଟକ ଓ ଭୁବନେଶ୍ୱରରେ ଶହେ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି । ଏଥିରୁ ୬୫ ପ୍ଲାଟୁନ୍‌ ବାରବାଟୀ ଷ୍ଟାଡିୟମ, ୨୧ ପ୍ଲାଟୁନ୍‌ ଭୁବନେଶ୍ୱର ମେ’ଫେୟାର ହୋଟେଲ୍‌ ଓ ବିଭିନ୍ନ ଛକରେ ଏବଂ ବାକି ୪ ପ୍ଲାଟୁନ୍‌ ପୁଲିସ ଫୋର୍ସ କଟକରୁ ଭୁବନେଶ୍ୱରର ରାସ୍ତାରେ ମୁତୟନ ହୋଇଛନ୍ତି ।

ନୂଆଦିଲ୍ଲୀରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟି-୨୦ରେ ଭାରତ ୭ ଓ୍ବିକେଟରେ ହାରି ଯାଇଥିଲା। ତେଣୁ ଟିମ୍ ଇଣ୍ଡିଆ ବାରବାଟୀରେ ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି । ଏଭଳି ସ୍ଥଳେ ବାରବାଟୀରେ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

Also Read  ରୁଚିକା ଆତ୍ମହତ୍ୟା ଘଟଣା: ପୁଲିସକୁ ମିଳିଲା ୩ ସିନିଅରଙ୍କ ସୁରାକ୍‌ !

LEAVE A REPLY

Please enter your comment!
Please enter your name here