ଭାରତ-ଇଂଲଣ୍ଡ ୫ମ ଟେଷ୍ଟ: ୨୮୪ ରନରେ ଇଂଲଣ୍ଡ ଅଲଆଉଟ୍, ଭାରତ ୧୩୨ ରନ୍‌ରେ ଅଗ୍ରଣୀ

0
287
india-england-test-match england-trail-by-132-runs

ବର୍ମିଂହାମ: ଏଜବାଷ୍ଟନରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟରେ ଘରୋଇ ଇଂଲଣ୍ଡ ଭାରତୀୟ ବୋଲରଙ୍କ ମୁକାବିଲା କରିନପାରି ୨୮୪ ରନରେ ଅଲଆଉଟ୍ ହୋଇଛି। ତୃତୀୟ ଦିନ ଖେଳ ଚାଲିଥିବା ବେଳେ ଇଂଲଣ୍ଡର ପ୍ରଥମ ଇଂନିସ ଶେଷ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ୧୩୨ ରନରେ ଆଗୁଆ ରହିଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ୍‌ ନେଇଛନ୍ତି। ସେହିପରି ଜସପ୍ରୀତ ବୁମାରଙ୍କୁ ୩ଟି, ମହମ୍ମଦ ସାମିଙ୍କୁ ୨ଟି ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଗୋଟିଏ ୱିକେଟ୍‌ ମିଳିଛି।

ରବିବାର ଇଂଲଣ୍ଡ ଦ୍ଵିତୀୟ ଦିନର ଖେଳ ୮୪/୫ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଜୋନି ବେୟାରଷ୍ଟୋ ୧୨ ଏବଂ ଅଧିନାୟକ ବେନ ଷ୍ଟୋକ୍ସ ୦ ରନର କରି ଅପରାଜିତ ଥିଲେ। ପ୍ରଥମ ସେସନରେ ଦ୍ରୁତ ବ୍ୟାଟିଂ କରିଥିଲେ ବେୟାରଷ୍ଟୋ। ସେ ଅଧିନାୟକ ବେନ ଷ୍ଟୋନଙ୍କ ସହ ମିଶି ଷଷ୍ଠ ଓ୍ଵିକେଟ୍ ପାଇଁ ୬୬ ରନ ଯୋଡିଥିଲେ। ବେନ ଷ୍ଟୋକ୍ସ ୨୫ ରନ କରି ଶାର୍ଦ୍ଦୁଳ ଠାକୁରଙ୍କ ବଲରେ ଆଉଟ୍ ହୋଇଥିଲେ। ବେୟାରଷ୍ଟୋ ନ୍ୟୁଜିଲାଣ୍ଡ ସିରିଜର ଫର୍ମକୁ ଜାରି ରଖି ୧୧ତମ ଟେଷ୍ଟ ଶତକ ପୂରଣ କରିଥିଲେ। ଶାମି ବେୟାରଷ୍ଟୋଙ୍କୁ ଆଉଟ୍ କରି ଭାରତକୁ ସପ୍ତମ ସଫଳତା ଦେଇଥିଲେ। ସେ ୧୪୦ ବଲରୁ ୧୪ ଚୌକା ଏବଂ ୨ ଛକା ସହ ୧୦୬ ରନ କରିଥିଲେ। ଶେଷ ଆଡକୁ ସାମ ବିଲିଙ୍ଗ୍ସ ୩୬ ରନ କରିଥିଲେ। ମାଟି ପୋଟ୍ସ ୧୯ ଏବଂ ବ୍ରୋଡ ୧ ରନ କରି ଆଉଟ୍ ହୋଇଥିଲେ। ତିନି ଜଣଙ୍କୁ ମହମ୍ମଦ ସିରାଜ ପାଭିଲିୟନ ପଠାଇଥିଲେ। ଇଂଲଣ୍ଡ ୨୮୪ ରନରେ ଅଲଆଉଟ୍ ହୋଇଛି।

Also Read  England To Add Dawid Milan For Third Test Against India