ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦାବି: ଆଗାମୀ ୩୦ ରୁ ୪୦ ବର୍ଷ ସରକାରରେ ରହିବ ବିଜେପି

0
141
bjp-will-lead-india-by-30-40-years-ahead

ହାଇଦ୍ରାବାଦ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୃଢୋକ୍ତି କି ଆଗାମୀ ୩୦ ରୁ ୪୦ ବର୍ଷ ସରକାରରେ ରହିବ ବିଜେପି । ହାଇଦ୍ରାବାଦରେ ଚାଲିଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ବଡ ବୟାନ ଦେଇଛନ୍ତି । କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି କି, ଏହି ସମୟ ମଧ୍ୟରେ ଭାରତ ବିଶ୍ୱଗୁରୁ ହୋଇଯିବ। ଶାହ କହିଛନ୍ତି, ବଂଶବାଦ, ଜାତିବାଦ ଏବଂ ତୁଷ୍ଟିକରଣ ଦେଶର ରାଜନୀତି ପାଇଁ ସବୁଠୁ ବଡ ଅଭିଶାପ ଥିଲା । କିନ୍ତୁ ବିଜେପି ଶାସନରେ ଏସବୁକୁ ହଟାଯାଇଛଇ ।

ଶାହା କହିଛନ୍ତି କି ଖୁବଶୀଘ୍ର ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଚାଲିଥିବା ପରିବାରବାଦ ଶାସନକୁ ବିଜେପି ସମାପ୍ତ କରିଦେବ । ଏହାସହ ତାମିଲନାଡୁ ଓ ଓଡିଶାରେ ବିଜେପି ଖୁବଶୀଘ୍ର ଶାସନ ଭାର ସମ୍ଭାଳିବ ବୋଲି ଶାହା କହିଛନ୍ତି । ୨୦୧୪ରୁ କେନ୍ଦ୍ରରେ କ୍ଷମତାଶୀନ ବିଜେପି ଏହି ରାଜ୍ୟଗୁଡିକରେ କ୍ଷମତାଠୁ ବାହାରେ ଅଛି । ଆଗାମୀ ଦିନରେ ବିଜେପିର ଦୃଢ ନେତୃତ୍ୱ ଓ ରଣନୀତି ପାଇଁ ଏହି ରାଜ୍ୟଗୁଡିକରେ ସରକାର ବନାଇବା ରେ ସଫଳ ହେବ ।

ଏହା ସହିତ ଗୋଧ୍ରା ହତ୍ୟାକାଣ୍ଡ ନେଇ ସୁପ୍ରମି କୋର୍ଟ ଦେଇଥିବା ରାୟକୁ ଶାହା ଐତିହାସିକ ବୋଲି କହିଛନ୍ତି ଏହି କାର୍ଯ୍ୟକାରିଣୀ ବୈଠକରେ । ଶାହା କହିଛନ୍ତି କି ମୋଦୀ ହେଉଛନ୍ତି ଶିବଙ୍କର ଦ୍ୱିତୀୟ ରୂପ । ତାଙ୍କ ଉପରକୁ ବିରୋଧୀମାନେ ଯେତେ ବିଷ ଫୋପାଡିଛନ୍ତି ସେ ତାକୁ ପାନ କରିଛନ୍ତି ବୋଲି ଶାହା କହିଛନ୍ତି । ସେପଟେ କଂଗ୍ରେସକୁ ଟାର୍ଗେଟ କରି ଶାହା କହିଛନ୍ତି କି, କଂଗ୍ରେସ ଏକ ପରିବାରବାଦ ପାର୍ଟି ଓ ଏହା ଭିତରେ କିଛି ନେତା ଲୋକତନ୍ତ୍ରକୁ ଖୋଜୁଛନ୍ତି ।

Also Read  ନୂପୁର ଶର୍ମା ବିବାଦ, ସତର୍କ ରହିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ

LEAVE A REPLY

Please enter your comment!
Please enter your name here