ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ଶ୍ରୀଲଙ୍କାକୁ ଭାରତର ସହାୟତା ଜାରି, ପଠାଇଲା ଆଉ ୪୦,୦୦୦ ମେଟ୍ରିକ୍ ଟନ୍ ପେଟ୍ରୋଲ

0
296
india-sends-another-40000-metric ton petrol-to-srilanka

ନୂଆଦିଲ୍ଲୀ: ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତିକରୁଛି ଶ୍ରୀଲଙ୍କା । ଶ୍ରୀଲଙ୍କାର ଏଭଳି ଗୁରୁତର ଆର୍ଥିକ ସଙ୍କଟ ମଧ୍ୟରେ ସାହାରା ସାଜିଛି ହିନ୍ଦୁସ୍ଥାନ । ପଡ଼ୋଶୀ ଦେଶର କର୍ତ୍ତବ୍ୟ ପାଳନ ପୂର୍ବକ ଭାରତ ସଙ୍କଟ ସମୟରେ ଶ୍ରୀଲଙ୍କାକୁ ସହାୟତା ଜାରି ରଖିଛି। ଭାରତ ପୁଣି ଥରେ ଅନଟନ ଗ୍ରସ୍ତ ଶ୍ରୀଲଙ୍କାକୁ ବିପୁଳ ପରିମାଣର ପେଟ୍ରୋଲ ପଠାଇଛି। ୨ ଦିନ ପୂର୍ବରୁ ଭାରତ ଶ୍ରୀଲଙ୍କାକୁ ୪୦ ହଜାର ମେଟ୍ରିକ୍‌ ଟନ୍‌ ଡିଜେଲ ପଠାଇଥିଲା । ସୋମବାର ପୁଣି ୪୦ ହଜାର ମେଟ୍ରିନ ଟନ୍‌ ପେଟ୍ରୋଲ ପଠାଇ ମହାନତାର ପରିଚୟ ଦେଇଛି ଭାରତ ।

ଏହା ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ପେଟ୍ରୋଲ ପଠାଇଥିଲା ଭାରତ। ରାଜଧାନୀ କଲମ୍ବୋରେ ସୋମବାର ୪୦ ହଜାର ମେଟ୍ରିକ ଟନ୍‌ ପେଟ୍ରୋଲ ପହଞ୍ଚିଛି । ଗମ୍ଭୀର ଆର୍ଥିକ ସଙ୍କଟ ମଧ୍ୟରେ ଭାରତ ଯଥା ସମ୍ଭବ ସହାୟତାର ହାତ ବଢାଇଛି । ଏହା ପୂର୍ବରୁ ମଧ୍ୟ ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ପାଇଁ ୧ ବିଲିୟନ ଡଲାର(ଭାରତୀୟ ମୁଦ୍ରାରେ ୭୭୫୬ କୋଟି ଟଙ୍କା) ଋଣ ଦେବାକୁ ଘୋଷଣା କରିଥିଲା ଭାରତ ।

ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲ‌ଙ୍କା ଅନବରତ ଭାବେ ସହଯୋଗ କରିଆସୁଛି ଭାରତ । ପଡୋଶୀ ଦେଶରେ ଜରୁରୀ ଔଷଧର ଗୁରୁତର ସଙ୍କଟ ଦେଖାଦେଇଥିଲା । ଏହା ଜଣାପଡିବା ପରେ ଭାରତ ତୁରନ୍ତ ଔଷଧ ପଠାଇଥିଲା । ଯାହାକୁ କି ଖୁବ ପ୍ରଶଂସା କରିଥିଲେ କଲମ୍ବୋର ନେସନାଲ ଆଇ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଦମମିକା ।

Also Read  ସୋସିଆଲ ମିଡିଆରେ ଆକ୍ଷେପ ନକରିବାକୁ ଅନୁଭବ-ବର୍ଷାଙ୍କୁ ତାଗିଦ୍ କଲେ ଓଡ଼ିଶା ହାଇକୋର୍ଟ

LEAVE A REPLY

Please enter your comment!
Please enter your name here