ଓଡ଼ିଶା କଂଗ୍ରେସର ମଙ୍ଗ ଧରିଲେ ଶରତ ପଟ୍ଟନାୟକ, ମୋହର ମାରିଲା AICC

0
4576
sarat-pattnaik-become new-pcc-president-odisha

ଭୁବନେଶ୍ୱର: ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟିଲା, ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମୁଖିଆ । ଓଡ଼ିଶା କଂଗ୍ରେସର ମଙ୍ଗ ଧରିଲେ ଶରତ ପଟ୍ଟନାୟକ । ନୂଆ PCC ସଭାପତି ହେବେ ବଲାଙ୍ଗୀରର ପୂର୍ବତନ ଲୋକସଭା ସାଂସଦ ଶରତ ପଟ୍ଟନାୟକ । ଅଲଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଦ୍ୱିତୀୟ ଥର ପାଇଁ ତାଙ୍କୁ ଏହି ଦାୟିତ୍ୱ ଦେଇଛି କଂଗ୍ରେସ୍‌ । ଏହାସହ ପୂର୍ବତନ ପିସିସି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ହାଇକମାଣ୍ଡ ।

ବଲାଙ୍ଗୀରର ପୂର୍ବତନ ଲୋକସଭା ସାଂସଦ ଶରତ ପଟ୍ଟନାୟକ ୨୦୦୧ରୁ ୨୦୦୪ ଯାଏଁ ଓଡିଶା ପ୍ରଦେଶ କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଏବେ ପୁଣି ଦ୍ୱିତୀୟ ଥର ପାଇଁ ତାଙ୍କ ଉପରେ ଭରସା କରିଛନ୍ତି ହାଇକମାଣ୍ଡ । ଦୀର୍ଘ ୧୮ ବର୍ଷ ପରେ ଏବେ ସେ ପୁଣି ରାଜ୍ୟ କଂଗ୍ରେସର କମାଣ ଧରିବେ ।

ଶରତ ପଟ୍ଟନାୟକ କଂଗ୍ରେସ ସଭାପତି ହେବା ପରେ କଂଗ୍ରେସ କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ଆସନ୍ତା ଦିନରେ ଦଳ ରାଜ୍ୟରେ ସଂଗଠିତ ହେବ । କର୍ମୀ ପୁନର୍ବାର ଉତ୍ସାହର ସହ ଦଳ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥିସହିତ କଂଗ୍ରେସର ଅନେକ ବରିଷ୍ଠ ନେତା ଶରତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶରତଙ୍କ ନେତୃତ୍ୱରେ ଦଳ ଆଗାମୀ ଦିନରେ ଭଳ ପ୍ରଦର୍ଶନ କରିବ ବୋଲି ଆଶାବାଦୀ ଅଛନ୍ତି ନେତା ।

Also Read  ଦେବଗଡ ବିଧାୟକ ଓ ତାଙ୍କର ୨ ସହଯୋଗୀଙ୍କୁ କୋର୍ଟରେ ହାଜର

LEAVE A REPLY

Please enter your comment!
Please enter your name here