‘ମିସ୍‌ ଇଣ୍ଡିଆ ୟୁଏସଏ ୨୦୨୨’ ଟାଇଟଲ ଜିତିଲେ ଭାରତର ଆର୍ଯ୍ୟା ଓ୍ଵାଲଭେକର

0
446
Indian American teen Aarya Walvekar from Virginia crowned Miss India USA 2022

ନୂଆଦିଲ୍ଲୀ: ଆମେରିକାର ଭର୍ଜିନିଆରେ ରହୁଥିବା ଭାରତୀୟ ମୂଳ ଆର୍ଯ୍ୟା ୱାଲଭେକର ମିସ୍ ଇଣ୍ଡିଆ ୟୁଏସ୍ଏ ୨୦୨୨ ଟାଇଟଲ ଜିତିଛନ୍ତି । ୧୮ ବର୍ଷୀୟ ଆର୍ଯ୍ୟା ନ୍ୟୁଜର୍ସିରେ ଆୟୋଜିତ ବାର୍ଷିକ ପ୍ରତିଯୋଗିତାରେ ‘ମିସ୍‌ ଇଣ୍ଡିଆ ୟୁଏସ୍‌ଏ’ ଟାଇଟଲ ନିଜ ନାମରେ କରିଛନ୍ତି ।

ମିସ୍ ଇଣ୍ଡିଆ ୟୁଏସ୍ ୨୦୨୨ ଆର୍ଯ୍ୟା ଜଣେ ଅଭିନେତ୍ରୀ ହେବାକୁ ଇଚ୍ଛା ରଖିଛନ୍ତି ଆର୍ଯ୍ୟା । ଆର୍ଯ୍ୟା କହିଛନ୍ତି ଯେ ନିଜକୁ ପରଦାରେ ଦେଖିବା ଏବଂ ଟିଭିରେ ଅଭିନୟ କରିବା ମୋର ପିଲାଦିନର ସ୍ୱପ୍ନ । ଏହି ଇଭେଣ୍ଟରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ଭର୍ଜିନିଆ ବିଶ୍ୱବିଦ୍ୟାଳୟର ସୌମ୍ୟା ଶର୍ମା ଏବଂ ନ୍ୟୁ ଜର୍ସିର ସଞ୍ଜନା ଚେକୁରୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଚଳିତବର୍ଷ ଏହି ପ୍ରତିଯୋଗିତା ୪୦ ବର୍ଷରେ ପଦାର୍ପଣ କରିଛି। ଏହି ପ୍ରତିଯୋଗିତା ପ୍ରଥମ ଥର ପାଇଁ ଭାରତ-ଆମେରିକା ଧର୍ମାତ୍ମା ଏବଂ ନୀଲମ ସରନଙ୍କ ବ୍ୟାନରରେ ଆରମ୍ଭ ହୋଇଥିଲା। ଧର୍ମାତ୍ମା ସରନ ଏହାର ପ୍ରତିଷ୍ଠାତା ଏବଂ ସଭାପତି ରହିଥିଲେ।

ଓ୍ଵାଂଶିଟନ ଷ୍ଟେଟର ଅକ୍ଷୀ ଜୈନଙ୍କୁ ‘ମିସେସ ଇଣ୍ଡିଆ ୟୁଏସଏ’ ଟାଇଟଲ ଏବଂ ନ୍ୟୁୟର୍କର ତନଭୀ ଗ୍ରୋଭର ‘ମିସ୍‌ ଟିନ୍‌ ଇଣ୍ଡିଆ ୟୁଏସଏ’ ଚୟନ କରାଯାଇଥିଲା। ତିନି ଦେଶରେ ୭୪ ଜଣ ପ୍ରତିଯୋଗୀ ଅଲଗା ଅଲଗା ପ୍ରତିଯୋଗିତାରେ ଭାଗ ନେଇଥିଲେ। ମିସେସ ଇଣ୍ଡିଆ ୟୁଏସଏ, ମିସ୍‌ ଟିନ ଇଣ୍ଡିୟା ୟୁଏସଏ, ମିସ୍‌ ଇଣ୍ଡିଆ ୟୁଏସ୍‌ରେ ଭାଗ ନେଇଥିଲେ।

Also Read  ୭ରୁ ଖୋଲିବ ସ୍କୁଲ-କଲେଜ : ୧୪ରୁ ପ୍ରଥମରୁ ସପ୍ତମ ପାଠପଢ଼ା