ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗିଲ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଲକ୍ଷ୍ୟ ସେନ୍‌

0
530
indians Lakshya Sen wins gold medal in men’s singles badminton at CWG

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଲକ୍ଷ୍ୟ ସେନ୍ ଜିତିଲେ ସ୍ୱର୍ଣ୍ଣପଦକ । ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଲକ୍ଷ୍ୟ ସେନ୍ ରାଜ୍ୟଗୋଷ୍ଠୀ କ୍ରୀଡାର ପୁରୁଷ ସିଙ୍ଗଲସ ଫାଇନାଲରେ ଜିତାପଟ ହାସଲ କରିବା ସହିତ ସୁନା ପଦକ ହାତେଇଛନ୍ତି । ଫାଇନାଲରେ ମାଲେସିଆର ଜି ୟଙ୍ଗଙ୍କୁ ହରାଇଛନ୍ତି ଲକ୍ଷ୍ୟ। ଫାଇନାଲକୁ ୧୯-୨୧, ୨୦-୦୯, ୨୧-୧୬ରେ ମାତ୍‌ ଦେଇଛନ୍ତି।

ଭାରତକୁ ଏପର୍ଯ୍ୟନ୍ତ ୨୦ଟି ସ୍ୱର୍ଣ୍ଣ, ୧୫ ରୌପ୍ୟ ଏବଂ ୨୨ ବ୍ରୋଞ୍ଜ ସହିତ ପଦକ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ଭାରତରେ ପାଖରେ ଏବେ ୫୬ ମେଡଲା ରହିଛି। ଏହି ମାମଲାରେ କାନାଡା ତୃତୀୟ ସ୍ଥାନରେ ରହିଛି। କାନାଡ ପାଖରେ ୨୬ ସ୍ୱର୍ଣ୍ଣ ରହିଥିବା ବେଳେ ଅଷ୍ଟ୍ରେଲିଆ ପାଖରେ ୬୬ଟି ସ୍ୱର୍ଣ୍ଣ ରହିଛି। ଅଷ୍ଟ୍ରେଲିଆ ପଦକ ତାଲିକା ଶୀର୍ଷରେ ରହିଛି।

ସେହିଭଳି ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଜିତିଛନ୍ତି ପିଭି ସିନ୍ଧୁ। ଭାରତର ପିଭି ସିନ୍ଧୁ କାନାଡାର ମିସେଲ ଲିଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଛନ୍ତି।ଏହି ମ୍ୟାଚ୍ ପୂର୍ବରୁ ସିନ୍ଧୁଙ୍କ ବାମ ଗୋଡରେ ଆଘାତ ଲାଗିଥିଲା, ଏପରିକି ମ୍ୟାଚ୍ ମଝିରେ ସେ ଆହତ ହୋଇଥିଲେ। ଏହା ପରେ ମଧ୍ୟ ସେ ଭାରତ ପାଇଁ ଇତିହାସ ରଚିଛନ୍ତି। ଏଥି ସହିତ କାନାଡାର ମିସେଲ ଲିଙ୍କୁ ରୌପ୍ୟ ପଦକ ସହିତ ସନ୍ତୁଷ୍ଟ ହେବାକୁ ପଡିଛି।

ସିନ୍ଧୁ ଫାଇନାଲ ମ୍ୟାଚରେ କାନାଡାର ଖେଳାଳି ମିଶେଲ ଲିଙ୍କୁ ୨-୦ରେ ହରାଇଥିଲେ। ସିନ୍ଧୁ ଫାଇନାଲ ପୂର୍ବରୁ ଗେମରେ ଆଗୁଆ ରହିଥିଲେ। ପିଭି ସିନ୍ଧୁ ପ୍ରଥମ ରାଉଣ୍ଡକୁ ୨୧-୧୫ ବ୍ୟବଧାନରେ ଜିତିଥିଲେ । ସେହିପରି ଦ୍ୱିତୀୟ ରାଉଣ୍ଡରେ ୨୧-୧୩ଜିତିଥିଲେ ଏବଂ ସ୍ୱର୍ଣ୍ଣ ପଦକ ହାସଲ କରି ନେଇଥିଲେ ।

Also Read  National Education Policy and the Language Row