ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତାହାତୀ

0
403
injured elephant died during-treatment in narasinhapur-forest

ନରସିଂହପୁର: ବହୁ କଷ୍ଟ ଯନ୍ତ୍ରଣା ସହିଲା ପରେ ଶେଷରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତାହାତୀ। ନରସିଂହପୁର ପଶ୍ଚିମ ବନବିଭାଗ ଜୟପୁର ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ନରସିଂହପୁର ପଶ୍ଚିମ ବନାଞ୍ଚଳ ରେଞ୍ଜର ପ୍ରଫୁଲ୍ଲ କୁମାର ଦେହୁରୀ। କିଛି ଦିନ ଗୁଳି ଖାଇଲା ପରେ ବେଶାହାର ହୋଇ କଷ୍ଟ ସହି ନପାରି ଜଙ୍ଗଲରୁ ବାହାରି ଗ୍ରାମ ମୁହାଁ ହୋଇଥିଲା ନିଜ ଜୀବନ ବଞ୍ଚାଇବା ପାଇଁ । ନିଜ ଜୀବନ ବଞ୍ଚାଇବା ପାଇଁ ବହୁ ନେହୁରା ହୋଇଥିଲା ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ , ହେଲେ କେହି ଶୁଣିନଥିଲେ ସେ ନିରୀହ ହାତୀର କୋହ ଭରା ବିକଳ ଚିତ୍କାର। ଶିକାରୀମାନେ ହାତୀକୁ ୫ରୁ ୬ଟି ଛର୍‌ରା ମାରିଥିଲେ। ହାତୀର ଶୁଣ୍ଢରେ ୧, ଆଗ ଗୋଡ଼ରେ ୨, କାନ୍ଧ, କାନ ଓ ପେଟରେ ଛର୍‌ରା ବାଜିଥିଲା। ଏହା ପରେ ହାତୀଟି ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା। ଯନ୍ତ୍ରଣାରେ ଦନ୍ତାହାତୀଟି ଜଙ୍ଗଲ ଭିତରେ ଘୁରି ବୁଲୁଥିଲା।

ସ୍ଥାନୀୟ ବିଧାୟକ ଦେବୀ ମିଶ୍ର ଏହି ଘଟଣା ଜାଣିବା ପରେ ସୋସିଆଲ ମିଡ଼ିଆରେ ପୋଷ୍ଟ୍ କରି ଜଙ୍ଗଲ ବିଭାଗକୁ ଅବଗତ କରାଇଥିଲେ ଓ ପରେ ତତ୍ପର ହୋଇଥିଲା ପ୍ରଶାସନ ଏବଂ ହାତୀର ଜୀବନ ରକ୍ଷା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ । ବହୁ ଦିନ ଜୀବନ ସହ ସଙ୍ଘର୍ଷ କରିବା ପରେ ଶେଷରେ ଆଜି ଆଖି ବୁଜିଲା ଗଜ ରାଜ ୮ ଦିନ ଧରି ମରଣ ସହ ସଙ୍ଘର୍ଷ କରୁଥିବା ଗଜରାଜ୍ ଙ୍କ ମୃତର ଖବର ପାଇଲା ପରେ ନରସିଂହପୁର ବାସିଙ୍କ ମନରେ ଦୁଃଖ ର ଲହରୀ ଖେଳି ଯାଇଛି । ହାତୀ ମୃତ୍ୟୁର କାରଣ ଶୀଘ୍ର ବାହାର କରିବା ପାଇଁ ସ୍ଥାନୀୟ ରେ ଦାବି ହେଉଛି ।

Also Read  OSIC MD held by Vigilance sleuths on Corruption charge in Cuttack, Odisha