ଡ୍ରଗ୍ସ ସେବନ ମାମଲାରେ ସିଦ୍ଧାନ୍ତ କପୁରଙ୍କୁ ମିଳିଲା ଜାମିନ

0
266
shraddha-kapoors-brother-siddhanth-released-on-bail-in-drugs-case

ମୁମ୍ବାଇ: ଡ୍ରଗ୍ସ ସେବନ ମାମଲାରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିନ୍ଧାନ୍ତ କପୁରଙ୍କୁ ମିଳିଲା ଜାମିନ। ରବିବାର ରାତିରେ ବେଙ୍ଗାଲୁରୁ ନଗରୀରେ ଆୟୋଜିତ ପାର୍ଟିରେ ଡ୍ରଗ୍‌ ସେବନ କରିଥିବା ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ପୁଲିସ୍‌ ଗିରଫ କରିଥିବା ବେଳେ ଆଜି ତାଙ୍କୁ ଜାମିନ୍‌ ମିଳିଛି। ତାଙ୍କ ସହ ଥିବା ଅନ୍ୟ ୪ ଜଣଙ୍କୁ ମଧ୍ୟ ଜାମିନ୍‌ ମିଳିଛି।

ସୂଚନା ଅନୁସାରେ, ଗତ ରବିବାର ବେଙ୍ଗାଲୁରୁର ଏମଜି ରୋଡ ସ୍ଥିତ ଏକ ହୋଟେଲରେ ଚାଲି ଥିଲା ଏକ ପାର୍ଟି । ପାର୍ଟିରେ ଡିଜେ ଥିଲେ ସିଦ୍ଧାନ୍ତ କପୁର । କେହି ଜଣେ ହୋଟଲରେ ଡ୍ରଗ୍ସ ପାର୍ଟି ଚାଲିଥିବାର ପୋଲିସକୁ ସୂଚନା ଦେଇଥିଲା । ସୂଚନା ମୁତାବକ ପୋଲିସ ଟିମ୍ ସେହି ହୋଟେଲରେ ରେଡ୍ କରିଥିଲା । ସିଦ୍ଧାନ୍ତଙ୍କ ସମେତ ୬ଜଣଙ୍କୁ ଡ୍ରଗ୍ସ ନେବା ମାମଲାରେ ପୋଲିସ ଗିରଫ କରିଥିଲା । ଯାହା ପରେ ୫ଜଣଙ୍କ ରକ୍ତ ନମୁନାରେ ଡ୍ରଗ୍ସ ଥିବା ଜଣା ପଡିଥିଲା ।

Also Read  ଆଜି ବିଶ୍ବ କିଡ୍‌ନୀ ଦିବସ