ବେକାରୀଙ୍କ ପାଇଁ ଖୁସି ଖବର: ଦେଢ଼ ବର୍ଷରେ ମିଳିବ ୧୦ ଲକ୍ଷ ନିଯୁକ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ନିର୍ଦ୍ଦେଶ

0
442
recruitment-of-10-lakh-people-in-next 1 and 6 months

ନୂଆଦିଲ୍ଲୀ: ଯୁବକ-ଯୁବତୀଙ୍କ ପାଇଁ ଖୁସି ଖବର । ଆଉ ରହିବନି ଚାକିରି ଟେନସନ । ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଖୁସି ଖବର ଦେଇଛନ୍ତି। କାରଣ ନିଯୁକ୍ତିକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି ମୋଦୀ ସରକାର । ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ୧୦ ଲକ୍ଷ ସରକାରୀ ନିଯୁକ୍ତି ସୃଷ୍ଟି କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟ ମିଶନ୍ ମୋଡରେ ହେବ। ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମଙ୍ଗଳବାର ଟ୍ୱିଟ୍ ଜରିଆରେ ଦିଆଯାଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ଟ୍ୱିଟ୍ କରାଯାଇଛି। ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟରେ ମାନବ ସମ୍ବଳର ସ୍ଥିତି ସମୀକ୍ଷା ପରେ ମୋଦି ନିର୍ଦ୍ଦେଶ ଦେଇଛନ୍ତି ଯେ ଆସନ୍ତା ଦେଢ଼ ବର୍ଷ ଭିତରେ ମିଶନ୍ ମୋଡରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ। କହି ରଖୁଛୁ, ବେକାରୀ ପ୍ରସଙ୍ଗରେ ମୋଦି ସରକାର ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି।

ସୂଚନାଥାଉ କି, ଫେବୃଆରୀରେ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିବା ସରକାରୀ ତଥ୍ୟ ମୁତାବକ, ୧ ମାର୍ଚ୍ଚ, ୨୦୨୦ ସୁଦ୍ଧା କେନ୍ଦ୍ର ସରକାରଙ୍କ ବିଭାଗଗୁଡ଼ିକରେ ୮୭ ଲକ୍ଷ ପଦବୀ ଖାଲି ପଡ଼ିଥିଲା।

Also Read  Information on USAID funding deeply troubling: India