ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେଲା ଜେଲ ପରେଡ଼ । ରାଜଧାନୀରେ ଅପରାଧୀଙ୍କୁ ସାବାଡ଼ କରିବ ଜେଲ୍ ପରେଡ । ଆଉ ଜେଲରୁ ଫେରିବା ପରେ ଅପରାଧ ଦୁନିଆରେ ପାଦ ଥାପି ପାରିବେନି ଅପରାଧୀ। ଜେଲ ଫେରନ୍ତାଙ୍କୁ ଚେକ୍ ଦେବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୁଲିସ । ଏଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପୁଲିସ । ଏଣିକି ପ୍ରତି ରବିବାର ଜେଲ ଭିତରେ ହେବ ପହରା । ଥାନା ଅଧିକାରୀ ଏବଂ ଏସ୍ଆଇ ଜେଲ ପରିଦର୍ଶନ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବେ ।
ଆଜି ଝାରପଡା ଜେଲରେ ସବୁ ଥାନାଧିକାରୀ ପହଞ୍ଚିଛନ୍ତି । ଆରମ୍ଭ ହୋଇଛି ଜେଲ ପରେଡ । ଥାନା ଅଧିକାରୀ ଏବଂ ଏସ୍ଆଇ ଜେଲ ପରିଦର୍ଶନ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବେ । ସେମାନଙ୍କ ଥାନାରେ କେଉଁ ମାମଲାରେ କିଏ ଗିରଫ ହୋଇଥିଲା । ସେମାନେ ଜେଲ ରେ ଅଛନ୍ତି କି ନାହିଁ ତାହାର ତଦାରଖ କରିବେ ଥାନା ଅଧିକାରୀ । ସେ ଜେଲ ରେ କାହାକୁ ଭେଟୁଛନ୍ତି ଏହା ଉପରେ ତୀକ୍ଷ୍ଣ ନଜର ରଖାଯିବ । ଜେଲରେ ଥିବା ଅଭିଯୁକ୍ତ ମାନଙ୍କୁ ଧାଡିରେ ଛିଡା କରାଯାଇ ଚିହ୍ନଟ କରାଯିବ ।