ରାଷ୍ଟ୍ରପତି ନିର୍ବାଚନ: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ଜେଏମଏମ୍

0
303
jmm-announces-to support-nda-presidential-candidate-droupadi-murmu

ରାଞ୍ଚି: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ଲାଗିଛି ପୁଣି ଏକ ଝଟକା । ନିର୍ବାଚନ ତାରିଖ ଯେତେ ଯେତେ ପାଖେଇ ଆସୁଛି ବିରୋଧୀ ମେଣ୍ଟରୁ ବିଭିନ୍ନ ରାଜନୈତିକ ଦଳମାନେ ବାହାରି ଆସି ବିଭିନ୍ନ ବାହାନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିବାରେ ଲାଗିଛନ୍ତି । ଆଜି ଝାରଖଣ୍ଡରେ କ୍ଷମତାସୀନ ହେମନ୍ତ ସୋରେନଙ୍କ ଜେଏମଏମ ଶ୍ରୀମତୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବ ବୋଲି ଆଜି ଘୋଷଣା କରିଛି। ଝାରଖଣ୍ଡରେ ହେମନ୍ତ ସୋରେନ କଂଗ୍ରେସ ସହ ମିଶି ସରକାର ଗଠନ କରିଛନ୍ତି। ହେଲେ କଂଗ୍ରେସ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଜେଏମଏମ ସମର୍ଥନ ନ ଦେବାକୁ ନିଷ୍ପତ୍ତି ନେଇଛି। ଝାରଖଣ୍ଡରେ ଜେଏମଏମ ଓ କଂଗ୍ରେସର ମେଣ୍ଟ ସରକାର ଥିବାରୁ ଜେଏମଏମର ଏହି ନିଷ୍ପତି ସରକାର ଉପରେ କି ପ୍ରଭାବ ପକାଇବା ତାହା ଉପରେ ସମସ୍ତଙ୍କ ନଜର ।

ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପୂର୍ବରୁ ଝାରଖଣ୍ଡର ରାଜ୍ୟପାଳ ଥିଲେ। ଚଳିତ ମାସ ଆରମ୍ଭରେ ସେ ଝାରଖଣ୍ଡ ଯାଇ ଆଦିବାସୀ ପାର୍ଟି ଜେଏମଏମର ସମର୍ଥନ ଲୋଡ଼ିଥିଲେ। ଝାରଖଣ୍ଡ ଗସ୍ତ ବେଳେ ସେ ଜେଏମଏମର ପ୍ରତିଷ୍ଠାତା ଶିବୁ ସୋରେନ ଓ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଥିଲେ। ଜେଏମଏମ ଗୋଟିଏ ଆଦିବାସୀ ପାର୍ଟି ହୋଇଥିବାରୁ ଏବଂ ମୁର୍ମୁ ମଧ୍ୟ ଆଦିବାସୀ ସଂପ୍ରଦାୟରୁ ଆସିଥିବାରୁ ସୋରେନଙ୍କ ଜେଏମଏମ ତାଙ୍କୁ ସମର୍ଥନ ଘୋଷଣା କରିଥିବା ଜଣାପଡିଛି ।

Also Read  Officer Trainees Of Indian Foreign Service Call On The President