ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କିଆରା, ରିଲେସନସିପ୍‌କୁ ନେଇ କହିଲେ ଏମିତି କିଛି

0
328

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ବର୍ତ୍ତମାନ ହିନ୍ଦୀ ସିନେମାର ସବୁଠାରୁ ପ୍ରିୟ ଅଭିନେତ୍ରୀ। କିଆରାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଜୁଗ୍ ଜୁଗ୍ ଜିଓ ସିନେମା ଘରେ ରିଲିଜ୍ ହୋଇଛି। ଫିଲ୍ମର ପ୍ରମୋସନ ସମୟରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ କିଆରା ଖୁଲାସା କରିଛନ୍ତି। କିଆରା ଫିଲ୍ମ ଜୁଗ୍ ଜୁଗ୍ ଜିଓର ପ୍ରମୋସନ ସମୟରେ ଏକ ମିଡିଆ ଇଣ୍ଟରଭ୍ୟୁ ଦେଇଛନ୍ତି। ଏହି ଇଣ୍ଟରଭ୍ୟୁରେ କିଆରାଙ୍କୁ ତାଙ୍କ ରିଲେସନସିପ୍ ବିଷୟରେ ପ୍ରଶ୍ନ ପଚରାଯାଇଛି।

ଏହା ଉପରେ ଖୋଲାଖୋଲି ଭାବେ ଅଭିନେତ୍ରୀ କହିଛନ୍ତି, ମୁଁ ସଂପର୍କରେ ସମାନତାକୁ ଅଧିକ ଗୁରୁତ୍ୱ ଦିଏ। ପ୍ରାୟତଃ ଦେଖାଯାଏ ବିବାହ ପରେ କିମ୍ବା ସଂପର୍କରେ ପୁଅ ଉପରେ ଅଧିକ ଚାପ ରହିଥାଏ। କିନ୍ତୁ ମୁଁ ବିଶ୍ୱାସ କରେ ଯଦି ସରି କହି ସବୁକିଛି ଠିକ୍ ହୋଇପାରେ, ତେବେ ସେ ପ୍ରଥମେ ଏହାକୁ ନିଜେ କହିବା ଉଚିତ୍ ଏବଂ ମୁଁ ସରି କହିବାକୁ ଲଜ୍ଜିତ ନୁହେଁ। କେବଳ ଏତିକି ନୁହେଁ କିଆରା ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ସମ୍ପର୍କ ଖବରକୁ କେବଳ ଗୁଜବ ବୋଲି କହିଛନ୍ତି।

ଫିଲ୍ମ ଏମଏସ୍ ଧୋନି ସହିତ ହିନ୍ଦୀ ସିନେମାରେ ଡେବ୍ୟୁ କରିଥିବା କିଆରା ଆଡଭାନି ବର୍ତ୍ତମାନ ସମୟରେ ବଲିଉଡର ସବୁଠାରୁ ସଫଳ ଅଭିନେତ୍ରୀ ହୋଇପାରିଛନ୍ତି। କିଆରା ତାଙ୍କ ଫିଲ୍ମ କ୍ୟାରିୟରରେ ଧୋନି, କବୀର ସିଂହ, ଗୁଡ୍ ନ୍ୟୁଜ୍, ଶେର୍ ଶାହା ଏବଂ ଭୁଲ୍ ଭୁଲୈଆ ୨ ଭଳି ବଡ଼ ସୁପରହିଟ୍ ଫିଲ୍ମ ଦେଇଛନ୍ତି । ଏବେ ସମସ୍ତଙ୍କ ଆଖି କିଆରାଙ୍କ ଜୁଗ୍ ଜୁଗ୍ ଜିଓ ଉପରେ ରହିଛି।

Also Read  ବଡ଼ ଖବର: ଦୁଇ ଟ୍ରେନ ମଧ୍ୟରେ ଦୁର୍ଘଟଣା, ଏକ୍ସପ୍ରେସ ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ