‘ଅଜୟ ଦେବଗନଙ୍କ ପାଇଁ ଆଜି ମୁଁ ସିଙ୍ଗଲ୍’…ନିଜର ବିବାହକୁ ନେଇ ଏମିତି କହିଲେ ତବୁ

0
135

ନୂଆଦିଲ୍ଲୀ : ବଲିଉଡରେ ଅନେକ କଳାକାର ଅଛନ୍ତି, ଯିଏକି ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ଏହି ଲିଷ୍ଟରେ ସଲମାନ ଖାନ, ଅକ୍ଷୟ ଖନ୍ନା, ନଗମା, ଅଭୟ ଦେୱଲ ଏବଂ ସୁସ୍ମିତା ସେନଙ୍କ ପରି ଷ୍ଟାର ଅଛନ୍ତି। ଏମାନଙ୍କ ମଧ୍ୟରେ ୯୦ ଦଶକରେ ଅନେକ ସୁପରହିଟ୍ ଫିଲ୍ମ ଦେଇଥିବା ଅଭିନେତ୍ରୀ ତବୁଙ୍କ ନାମ ମଧ୍ୟ ସାମିଲ।

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ତବୁ ସେହି ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ, ଯିଏକି ନିଜର ଚମତ୍କାର ଅଭିନୟ ମାଧ୍ୟମରେ ନିଜକୁ ଫିଲ୍ମ ଦୁନିଆରେ ସ୍ଥାପିତ କରିଥିଲେ। ତବୁ ଅନେକ ଫିଲ୍ମରେ ନିଜର ଜବରଦସ୍ତ ଅଭିନୟ ପ୍ରଦର୍ଶନ କରିଛନ୍ତି। ଏହି ଫିଲ୍ମ ମଧ୍ୟରେ ଚାନ୍ଦନୀ ବାର, ବିରାସତ, ମାଚିସ୍ ଏବଂ ଦୃଶ୍ୟମ ଭଳି ଅନେକ ଫିଲ୍ମ ସାମିଲ।

ନିକଟରେ ତବୁ ଏକ ଇଣ୍ଟରଭ୍ୟୁରେ ଅଜୟ ଦେବଗନ ଏବଂ ନିଜ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ତବୁ କହିଛନ୍ତି, ଯେତେବେଳେ ସେ ବହୁତ ଛୋଟ ଥିଲେ ତାଙ୍କ ଭାଇ ସମୀର ଅଜୟ ଦେବଗନଙ୍କ ପଡୋଶୀ ଥିଲେ। ଅଭିନେତ୍ରୀଙ୍କ ଅନୁଯାୟୀ, ତାଙ୍କର ଭାଇ ଏବଂ ଅଜୟ ଦେବଗନ ତାଙ୍କ ଉପରେ ଖାସ ନଜର ରଖୁଥିଲେ। ଯେବେ ବି କୌଣସି ପୁଅ ତାଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲେ ସେମାନେ ତାକୁ ଧମକାଉଥିଲେ। ସେହି ସମୟରେ ତବୁ ଅଜୟଙ୍କୁ ନେଇ କହିଥିଲେ, ମୁଁ ଆଜି ତାଙ୍କ ପାଇଁ ସିଙ୍ଗଲ ଅଛି। ତବୁ ଆହୁରି କହିଥିଲେ ଏଥିପାଇଁ ଅଜୟ ପସ୍ତାଇବେ।

ନିକଟରେ ଆରଜେ ସିଦ୍ଧାର୍ଥ କାନନଙ୍କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ତବୁ କହିଥିଲେ, ଯଦି କେହି ଥାନ୍ତି ଯାହାଙ୍କ ଉପରେ ସେ ଭରସା କରିପାରିବେ ସେ ହେଉଛନ୍ତି ଅଜୟ ଦେବଗନ। ଅଜୟ ଏବଂ ତବୁ ବହୁତ ଭଲ ବନ୍ଧୁ। ବିଜୟପଥ, ଦୃଶ୍ୟମ, ଗୋଲମାଲ ରିଟର୍ନ, ଏବଂ ଦେ ଦେ ପ୍ୟାର ଭଳି ଅନେକ ଫିଲ୍ମରେ ଉଭୟ ଷ୍ଟାର ଏକାଠି ସ୍କ୍ରିନ୍ ସେୟାର କରିଛନ୍ତି ।

Also Read  ଏନଆଏର ବଡ଼ ଖୁଲାସା : ଦାଉଦର ଟାର୍ଗେଟରେ କିଏ ସବୁ ଥିଲେ ?

LEAVE A REPLY

Please enter your comment!
Please enter your name here