ନନ୍ଦନକାନନରେ ପୁଣି ମା’ ହେଲା ସିଂହୀ ‘ବିଜ୍‌ଲୀ’, ଶାବକ ସହ ମା’ ସୁସ୍ଥ

0
505
Lion bijli-gives-birth-to-baby in nandanakanana

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ପୁଣି ମା ହେଲା ସିଂହୀ ବିଜଲୀ। ଶୁକ୍ରବାର ଭୋର ସମୟରେ ‘ବିଜ୍‌ଲୀ’ଏକ ଶାବକ ଜନ୍ମ ଦେଇଛି । ଗତ ତିନି ମାସ ତଳେ ସିଂହ ସମ୍ରାଟ ସହିତ ତାର ମିଳନ କରାଯାଇଥିଲା। ସିଂହ ସମ୍ରାଟ ଶହ ସିଂହୀ ବିଜଲୀର ମିଳନରୁ ଏକ ଶାବକ ଆଜି ଜନ୍ମ ନେଇଛି। ଆଜି ବିଜଲୀ ଏକ ଶାବକ ଜନ୍ମ ଦେବା ପରେ ନନ୍ଦନକାନନରେ ସିଂହ ସଖ୍ୟା ୧୮କୁ ବୃଦ୍ଧିପାଇଛି।

ପୂର୍ବରୁ ଦୁଇ ଥରରେ ୪ ଟି ଶାବକ ଜନ୍ମ ଦେଇଥିଲା । ସେମାନଙ୍କ ମଧ୍ୟରୁ ୨ଟି ମୃତୁ ହୋଇଥିବା ବେଳେ ୨ଟି ଶାବକ ବଡ ହୋଇ ସାରିଛନ୍ତି । ଏବେ ଏହି ନୂତନ ଶାବକକୁ ବିଜଲୀ କିପରି ଯତ୍ନ ନେଉଛି ତାର ଗତିବିଧି ଉପରେ ସିସିଟିଭି ମାଧ୍ୟମରେ କର୍ତ୍ତୃପକ୍ଷ ତିକ୍ଷ୍ନ ନଜର ରଖିଛନ୍ତି । (ବିଜଲୀ) ସହିତ ସିଂହ (ସମ୍ରାଟ) ମିଳନରୁ ପ୍ରଥମେ ୨୦୧୯ ଦ୍ୱିତୀୟ ଥର ୨୦୨୧ମସିହାରେ ଦୁଇଥର ‘ବିଜ୍‌ଲୀ’ଶାବକ ଜନ୍ମ ଦେଇଥିଲା ଏବେ ଏହା ତୃତୀୟ ଥର ଗର୍ଭଧାରଣ କରିଥିଲା ।

Also Read  ଆମେରିକାରେ ଗୀତା ରବାରୀଙ୍କ ଉପରେ ଟଙ୍କା ବର୍ଷା, ୟୁକ୍ରେନ୍‌କୁ ଦାନ କରିବେ ଗାୟିକା