ଜୁଲାଇ ୪ ରୁ ରାଜ୍ୟରେ ଲଘୁଚାପ ସମ୍ଭାବନା

0
197
low-pressure-area-likely-to-form-on-july 4 in odisha

ଭୁବନେଶ୍ୱର: ଆସନ୍ତା ୪ ତାରିଖ ବେଳକୁ ସୃଷ୍ଟି ହେବ ଲଘୁଚାପ। ଉତ୍ତର ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଚି ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରେ ମୌସୁମୀ ବାୟୁ ପ୍ରଭାବରେ ୩ ଦିନ ହେବ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେପଟେ ପାଣିପାଗ ବିଭାଗ କହିଛି କି, ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ସଂପର୍କରେ ଏବେ ଠାରୁ କିଛି ସଠିକ ଆକଳନ କରାଯାଇ ନାହିଁ । ତେବେ ଆଗମୀ ଦିନେରୁ ଦୁଇଦିନ ମଧ୍ୟରେ ଏନେଇ ସ୍ପଷ୍ଟଚିତ୍ର ଆସିବ ବୋଲି ପାଣିପାଗ ବିଭାଗ କହିଛି ।

ଆଜିଠାରୁ ଆଗାମୀ ୫ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୨୪ ଘଣ୍ଟା ଭିତରେ ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକ ସମେତ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଆସନ୍ତାକାଲି ପାଇଁ ପ୍ରବଳ ବର୍ଷା ନେଇ ୧୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଜୁନ ୧ରୁ ଜୁଲାଇ ୧ ତାରିଖ ଯାଏ ସ୍ୱାଭାବିକଠୁ ୩୯ ପ୍ରତିଶତ କମ୍‌ ବର୍ଷା ହୋଇଛି । ୪ ଜିଲ୍ଲା ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ସୁନ୍ଦରଗଡ଼ରେ ୬୦ ପ୍ରତିଶତରୁ କମ୍‌ ବର୍ଷା ହୋଇଥିବା ଜଣାଯାଇଛି ।

Also Read  ୨୦ ବିଦ୍ରୋହୀ ବିଧାୟକ ଆମ ସହିତ ସମ୍ପର୍କ ରଖିଛନ୍ତି: ଶିବସେନା ନେତା ସଞ୍ଜୟ ରାଉତଙ୍କ ଦାବି

LEAVE A REPLY

Please enter your comment!
Please enter your name here