ବନ୍ଧୁକମୁନରେ ଦୁଷ୍କର୍ମ ଘଟଣା : ଦୁଷ୍କର୍ମକାରୀଙ୍କୁ ସୁରକ୍ଷା ଦେଉଛନ୍ତି ସରକାର

0
592
ତ୍ରିପୁରା ରେ ବିଜେପି ଦ୍ଵିତୀୟ ଥର ପାଇଁ ସରକାର ଗଢ଼ିବ
ତ୍ରିପୁରା ରେ ବିଜେପି ଦ୍ଵିତୀୟ ଥର ପାଇଁ ସରକାର ଗଢ଼ିବ

ଭୁବନେଶ୍ବର: ଦୁଷ୍କର୍ମକାରୀଙ୍କୁ ସୁରକ୍ଷା ଦେଉଛନ୍ତି ରାଜ୍ୟ ସରକାର। ଗତ ୨୪ ତାରିଖରେ କୋରାପୁଟ ବନ୍ଧୁକମୁନରେ ଦୁଷ୍କର୍ମ ଘଟଣାକୁ ନେଇ ଏପରି କହିଛି ରାଜ୍ୟ ବିଜେପି। ଏହି ଦୁଷ୍କର୍ମ ଘଟଣାରେ ସ୍ୱାମୀ ମୁଣ୍ଡରେ ବନ୍ଧୁକ ରଖି ପତ୍ନୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ରହିଛି। ଏହି ଘଟଣାରେ ଲାଲ ବାହାଦୂର ଏବଂ ମୀନ ବାରିକ ସଂପୃକ୍ତ ବୋଲି ବିଜେପି ଅଭିଯୋଗ କରିଛି।

ଏହି ଦୁଇ ଜଣ ବିଜେଡି ସହ ଜଡ଼ିତ ଓ ଏମାନଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରହିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ପୁଲିସ ଜରିଆରେ ଶାସକ ଦଳ ଏମାନଙ୍କୁ ସୁରକ୍ଷା ଦେଉଛି। ଆଉ ଘଟଣାକୁ ଚାପିବାକୁ ପ୍ରୟାସ ହେଉଛି। ଏହି ଘଟଣାରେ ଏବେ ପ୍ରମାଣ ନଷ୍ଟ କରାଯାଉଛି। ତେଣୁ ଅଭିଯୁକ୍ତଙ୍କ ଗିରଫଦାରିରେ ବିଳମ୍ବ ହେଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଐଶର୍ଯ୍ୟା ବିଶ୍ୱାଳ କହିଛନ୍ତି। ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯାଉ ଏବଂ ପୀଡ଼ିତାଙ୍କୁ ସୁରକ୍ଷା ଦିଆଯାଉ ବୋଲି ଐଶର୍ଯ୍ୟା କହିଛନ୍ତି।

Also Read  Coal Block scam: BJP Rourkela MLA and ex-Coal minister Dilip Ray to face trial on Apr 26