ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟ ରାଉତଙ୍କ ଟାର୍ଗେଟ: ‘ଶିବସେନା ବଦଳରେ ତୁମ ବାପାଙ୍କ ନାଁରେ ଭୋଟ ମାଗ’

0
177
Maharashtra Politics sanjay raut-warns-rebel-mlas-against-using-shivsena-name

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛି ମହାନାଟକ। ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ଓ ଶିବସେନା ମଧ୍ୟରେ ଚାଲିଛି ଛକାପଞ୍ଝା । ଶିବସେନା ନେତା ସଞ୍ଜୟ ରାଉତ ପୁଣି ଥରେ ବିଦ୍ରୋହୀ ବିଧାୟକ ମାନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ଶିବସେନା ଉପରେ ଲୋକଙ୍କ ଭରସା ରହିଛି । ସେ କହିଛନ୍ତି ଯେ ବିଦ୍ରୋହୀ ବିଧାୟକ ଶିବସେନା ନାମ ବ୍ୟବହାର କରିବା ବଦଳରେ ନିଜ ବାପା ନାଁ’ରେ ଭୋଟ୍ ମାଗନ୍ତୁ । ରାଉତ ଆହୁରି କହିଛନ୍ତି, ସେମାନେ ଯାହା କରିବାକୁ ଚାହାଁନ୍ତି ତାହା କରିବାକୁ ଦିଅନ୍ତୁ । ସେମାନଙ୍କୁ ଦିନେ ନା ଦିନେ ମୁମ୍ବାଇ ଆସିବାକୁ ପଡିବ, ନୁହେଁ କି? ତୁମେ ସେଠାରେ ବସି ଆମକୁ କ’ଣ ଉପଦେଶ ଦେଉଛ? ଲକ୍ଷ ଲକ୍ଷ ଶିବ ସୈନିକ ଆମର ଗୋଟିଏ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି । ତଥାପି ଆମକୁ ସଂଯମ ରକ୍ଷା କରିଛୁ |”

ଶିବସେନାରେ ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀ ଠାକରେ ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି । ସେ ବିଦ୍ରୋହୀ ବିଧାୟକଙ୍କ ପତ୍ନୀଙ୍କ ସହ ଯୋଗାଯୋଗ କରୁଛନ୍ତି। ଅନ୍ୟପକ୍ଷରେ, ବିଦ୍ରୋହୀ ବିଧାୟକଙ୍କ ନିକଟକୁ ଉଦ୍ଧବ ଠାକରେ ମେସେଜ୍ ପଠାଇ ଫେରିଆସିବାକୁ ପରାମର୍ଶ ଦେଇଛନ୍ତି। ଉଦ୍ଧବ ଠାକରେଙ୍କ ମେସେଜର ଉତ୍ତରରେ ସେମାନେ ଶିବସେନା ସହ ଅଛନ୍ତି ବୋଲି ବିଦ୍ରୋହୀ ବିଧାୟକ ଅଛନ୍ତି ।

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ ଭଗତ ସିଂ କୋଶିୟାରି ଆଜି ଡାକ୍ତରଖାନାରୁ ଡିସଚାର୍ଜ ହୋଇପାରନ୍ତି। ସେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Also Read  ଚୀନକୁ ଭାରତର ଶକ୍ତ ଧକ୍କା: ଟ୍ୟୁରିଷ୍ଟ ଭିସାରେ ଭାରତ ଆସିପାରିବେନି ଚୀନ ପର୍ଯ୍ୟଟକ

LEAVE A REPLY

Please enter your comment!
Please enter your name here