ଦେଶୀ ବନ୍ଧୁକ ସହ ମାଓବାଦୀ ଗିରଫ

0
336
Odisha Government Announced Attractive 'Surrender and Rehabilitation Scheme’ For Maoists
Odisha Government Announced Attractive 'Surrender and Rehabilitation Scheme’ For Maoists

ମାଲକାନଗିରି: ମାଲକାନଗିରି ପୁଲିସକୁ ବଡ଼ ସଫଳତା ମିଳିଛି। ତୁଳସୀ ଜଂଗଲରେ କୁମ୍ବିଂ ବେଳେ ମାଓ ସଦସ୍ୟ ଲକ୍ଷ୍ମଣ ପଡିଆମିଙ୍କୁ ଗିରଫ କରାଯାଇଛି। ଗୋଟିଏ ଦେଶୀ ବନ୍ଧୁକ ସହ ତାଙ୍କୁ ଗିରଫ କରିଛି ଏସଓଜି ଓ ଡିଭିଏଫ। ଲକ୍ଷ୍ମଣ ପଡିଆମି ମହୁପଦର ଏଲଓଏସର ପାର୍ଟି ସଦସ୍ୟ ଭାବେ ସକ୍ରିୟ ଥିଲେ ବୋଲି ଜଣାଯାଇଛି। ୨୦୧୭ ମସିହା ଠାରୁ ଆନ୍ଧ୍ର ଛତିଶଗଡ଼ ସୀମାବର୍ତ୍ତୀ ଦଣ୍ଡକାରଣ୍ୟ ସ୍ପେସାଲ୍ ଜୋନାଲ କମିଟିର ସଦସ୍ୟ ଥିଲେ ଲକ୍ଷ୍ମଣ। ସେ ଛତିଶଗଡ ସମେତ ଓଡ଼ିଶାର ବହୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ ବୋଲି ମାଲକାନଗିରି ଏସପି ନିତେଶ ଓ୍ବାଧଓ୍ବାନୀ ସୂଚନା ଦେଇଛନ୍ତି ।

Also Read  ସାଇଲେଣ୍ଟ ପୋଲିସ୍, ଭାଉଲେଣ୍ଟ ଅପରାଧୀ: ଗହଣା ଦୋକାନୀଙ୍କୁ ଗୁଳି ମାଡ଼