ଦେଶୀ ବନ୍ଧୁକ ସହ ମାଓବାଦୀ ଗିରଫ

0
176

ମାଲକାନଗିରି: ମାଲକାନଗିରି ପୁଲିସକୁ ବଡ଼ ସଫଳତା ମିଳିଛି। ତୁଳସୀ ଜଂଗଲରେ କୁମ୍ବିଂ ବେଳେ ମାଓ ସଦସ୍ୟ ଲକ୍ଷ୍ମଣ ପଡିଆମିଙ୍କୁ ଗିରଫ କରାଯାଇଛି। ଗୋଟିଏ ଦେଶୀ ବନ୍ଧୁକ ସହ ତାଙ୍କୁ ଗିରଫ କରିଛି ଏସଓଜି ଓ ଡିଭିଏଫ। ଲକ୍ଷ୍ମଣ ପଡିଆମି ମହୁପଦର ଏଲଓଏସର ପାର୍ଟି ସଦସ୍ୟ ଭାବେ ସକ୍ରିୟ ଥିଲେ ବୋଲି ଜଣାଯାଇଛି। ୨୦୧୭ ମସିହା ଠାରୁ ଆନ୍ଧ୍ର ଛତିଶଗଡ଼ ସୀମାବର୍ତ୍ତୀ ଦଣ୍ଡକାରଣ୍ୟ ସ୍ପେସାଲ୍ ଜୋନାଲ କମିଟିର ସଦସ୍ୟ ଥିଲେ ଲକ୍ଷ୍ମଣ। ସେ ଛତିଶଗଡ ସମେତ ଓଡ଼ିଶାର ବହୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ ବୋଲି ମାଲକାନଗିରି ଏସପି ନିତେଶ ଓ୍ବାଧଓ୍ବାନୀ ସୂଚନା ଦେଇଛନ୍ତି ।

Also Read  କ୍ୟାଟ୍ରିନାଙ୍କ ଭାଇକୁ ଡେଟ୍‌ କରୁଛନ୍ତି କି ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ !

LEAVE A REPLY

Please enter your comment!
Please enter your name here