ଦର୍ଶକଙ୍କ ପାଇଁ ଖୁସି ଖବର: ପୁଣି ବଡ ପରଦାରେ ଏକାଠି ନଜର ଆସିବେ କରନ ଅର୍ଜୁନ

0
98
shahrukh-and-salman-khan-may-work-together in a film

ଦର୍ଶକଙ୍କ ପାଇଁ ଖୁସି ଖବର, ଅନ୍ତ ହେବାକୁ ଯାଉଛି ବହୁ ଦିନର ଅପେକ୍ଷା । ଅନେକ ଦିନରୁ ବଲିଉଡର ଦବଙ୍ଗ ଖାନ୍ ସଲମାନ ଖାନ୍ ଏବଂ ରୋମାନ୍ସ କିଙ୍ଗ୍ ଶାହାରୁଖଙ୍କୁ ଦର୍ଶକେ ଏକାଠି ବଡ ପରଦାରେ ଦେଖିବାକୁ ଚାହୁଁଛନ୍ତି । ଶୀଘ୍ର ତାଙ୍କର ଇଚ୍ଛା ପୂରଣ ହୋଇପାରେ। ରିପୋର୍ଟ ଅନୁଯାୟୀ ଉଭୟ ତାରକାଙ୍କ ଯୋଡି ଖୁବ୍ ଶୀଘ୍ର ଏକାଠି ନଜର ଆସିବେ। ‘କରନ-ଅର୍ଜୁନ’ ଫିଲ୍ମରେ ଲୋକଙ୍କ ହୃଦୟ ଜିତିଥିବା ଏହି ଯୋଡିଙ୍କୁ ଆଦିତ୍ୟ ଚୋପ୍ରାଙ୍କ ଏକ ଆକ୍ସନ୍ ଫିଲ୍ମରେ ଏକାଠି ଦେଖିବାକୁ ମିଳିବ।

ଶେଷଥର ପାଇଁ ଉଭୟ ‘ଜିରୋ’ର ଏକ ଗୀତରେ ଏଠାକି ନଜର ଆସିଥିଲେ । ଏହା ପରେ ଏହି ଦୁଇ କଳାକାର ପଠାନ୍ ଓ ଟାଇଗର-୩ରେ ଅତିଥି କଳାକାର ଭାବେ ଦେଖାଯିବେ । କିନ୍ତୁ ଏବେ ଏହି ଦୁଇଜଣ ସୁପରଷ୍ଟାର ଏକାଠି ଏକ ଆକ୍ସନ୍ ଫିଲ୍ମରେ ଲିଡ୍ ରୋଲରେ ଆସିବେ ବୋଲି ଚର୍ଚ୍ଚା ହେଉଛି ।

ରିପୋର୍ଟ ଅନୁଯାୟୀ ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ମିତ ଏହି ଆକ୍ସନ୍ ଫିଲ୍ମ ଭାରତୀୟ ସିନେମାର ସବୁଠୁ ବଡ ଫିଲ୍ମ ହେବ । ଏହି ଫିଲ୍ମଟି ଚଳିତ ବର୍ଷ ଶେଷ ସୁଦ୍ଧା ମୁକ୍ତିଲାଭ କରିପାରିବ ନଚେତ୍ ଫିଲ୍ମ ଆସନ୍ତା ବର୍ଷ ପ୍ରେକ୍ଷାଳୟରେ ଲଞ୍ଚ ହେବ। ସବୁଠୁ ବଡ କଥା ହେଉଛି, ଉଭୟ ସଲମାନ୍ ଓ ଶାହାରୁଖ୍ ଏଥିରେ କାମ କରିବାକୁ ରାଜି ମଧ୍ୟ ହୋଇଯାଇଛନ୍ତି । ଏଯାବତ୍ ଏହାର ନିର୍ଦ୍ଦେଶନା କିଏ ଦେବେ ତାହା ସ୍ଥିର କରାଯାଇ ନାହିଁ ।

Also Read  ବିବାହକୁ ନେଇ କିଛି ଏପରି ପ୍ରତିକ୍ରିୟା ରଖିଲେ ବଲିଉଡ୍‌ର ଟପ୍‌ ଅଭିନେତ୍ରୀ କିଆରା ଆଡଭାନୀ, କହିଲେ ନିଜ ମନର କଥା

LEAVE A REPLY

Please enter your comment!
Please enter your name here