ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ; ସୁରକ୍ଷିତ ଅଛି ଗର୍ଭଗୃହ ଓ ରତ୍ନସିଂହାସନ

0
177
meeting-of-the-managing-committee-of-srimandir

ପୁରୀ: ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ସମୀକ୍ଷା। ଆଦର୍ଶ ଗୁରୁକୁଳ ନେଇ ଏମଓୟୁ ଓ ସୋସାଇଟି ଗଠନକୁ ଅନୁମତି । ସେବାୟତ ଆବାସ ଯୋଜନା ଖୁବଶୀଘ୍ର ଆରମ୍ଭ ହେବ। ଲ୍ୟାଣ୍ଡ ସବ କମିଟି ବୈଠକର ନିଷ୍ପତ୍ତିକୁ ମୋହର ।

ଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୁବଶୀଘ୍ର ଖୋଲା ହେବା ନେଇ ବୈଠକରେ ଆଲୋଚନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ସୂଚନା । ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନସିଂହାସନ ସୁରକ୍ଷିତ । କେବଳ ରତ୍ନସିଂହାସନ ପଛ ପାର୍ଶ୍ଵରୁ ଲାଇମ ପ୍ଲାଷ୍ଟର ଖଣ୍ଡ ଖସିଛି । ଏଏସଆଇ ଏହାର ଅନୁଧ୍ୟାନ କରିଛି ।

ଆସନ୍ତା ବର୍ଷ ରଥଯାତ୍ରା ସମୟରେ ପୁନଃ ପ୍ଲାଷ୍ଟରିଙ୍ଗ କରାଯିବ। ରତ୍ନଭଣ୍ଡାର ମରାମତି ପାଇଁ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲିଖିତ ଆକାରରେ ଚିଠି ଦିଆଗଲେ ନିଆଯିବ ପଦକ୍ଷେପ । ଏଏସଆଇ ସୁପରିଣ୍ଟେଣ୍ଡାଣ୍ଟ ଅରୁଣ ମଲ୍ଲିକଙ୍କ ସୂଚନା ।

Also Read  Bus services resume in Puri, to all places except Cuttack

LEAVE A REPLY

Please enter your comment!
Please enter your name here