ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢିଗଲା ମିନି ଟ୍ରକ୍, ସ୍ଵାମୀ-ସ୍ତ୍ରୀ ମୃତ

0
591
journalist-dead-in-road-mishap-in-angul

ଯାଜପୁର: ମୃତ୍ୟୁ ଯେ କେତେବେଳେ କାହାକୁ ମାଡ଼ିବସିବ ତାହା କେହି ବି କହିପାରିବେ ନାହିଁ । ଏମିତି ବି ମୃତ୍ୟୁ ଆସେ ବୋଲି କେହି ସ୍ୱପ୍ନରେ ମଧ୍ୟ ଭାବି ନ ଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମାଧପୁର ନିକଟରେ । ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ଭାରସାମ୍ୟ ହରାଇ ଏକ ମିନି ଟ୍ରକ ମାଡ଼ିଯିବା ଫଳରେ ଘଟଣାସ୍ଥଳରେ ସ୍ଵାମୀ-ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ ଦମ୍ପତି ସ୍ଥାନୀୟ ଓଚିନ୍ଦା ତାଜପୁର ଗ୍ରାମର ପ୍ରଫୁଲ୍ଲ ଦାସ ଓ ତାଙ୍କ ପତ୍ନୀ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ପ୍ରଫୁଲ୍ଲ ଓ ତାଙ୍କ ପତ୍ନୀ ଆଜି କୌଣସି କାର୍ଯ୍ଯରେ ଚାଲି ଚାଲି ବ୍ରଜନଗର ଯାଉଥିଲେ। ଏହି ସମୟରେ ସଠୀପୁର-ଯାଜପୁର ଟାଉନ ରାସ୍ତାର ମାଧପୁର ନିକଟରେ ପଛପଟୁ ଆସୁଥିବା ଏକ ମିନି ଟ୍ରକ ଭାରସାମ୍ୟ ହରାଇ ସେମାନଙ୍କୁ ପିଟି ଦେଇଥିଲା। ଘଟଣାସ୍ଥଳର ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ରାସ୍ତା ତଳକୁ ଓଲଟି ପଡ଼ିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି। ଖବର ପାଇ ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Also Read  ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ: ମେ ୩୧ରେ ଭୋଟଗ୍ରହଣ, ଜୁନ୍ ୩ରେ ହେବ ଭୋଟଗଣତି