ଡ୍ରେସ କିଣିବା ପାଇଁ ଟଙ୍କା ନ ଦେବାରୁ ନିଜ ଜନ୍ମକଲା ମା’କୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାବାଳକ ପୁଅ

0
375
Boy Friend Murders An Odia Girl In Surat For Pressurizing Marriage
Boy Friend Murders An Odia Girl In Surat For Pressurizing Marriage

କେନ୍ଦୁଝର: ଟଙ୍କା ପାଇଁ ଜନ୍ମଦାତ୍ରୀ ମା’କୁ ଅତି ନିର୍ମମଭାବେ ହତ୍ୟା କଲା ନିଜ ନାବାଳକ ପୁଅ । ସାମାନ୍ୟ ଡ୍ରେସ ପାଇଁ ଟଙ୍କା ନଦେବାରୁ ମା’କୁ ହତ୍ୟା କଲା ୧୦ ବର୍ଷର ନାବାଳକ ପୁଅ। ଜନ୍ମକଲା ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ ଉପରବରଡ଼ା ଗାଁରେ। । ମୃତକ ହେଲେ ମୁଗ ସାନ୍ତା । ରଜରେ ସମସ୍ତେ ନୂଆ ଡ୍ରେସ୍‌ ପିନ୍ଧିଥିବାରୁ ମାଆକୁ ଡ୍ରେସ୍‌ କିଣିବା ପାଇଁ ୧୦ ବର୍ଷର ପୁଅ ଟଙ୍କା ମାଗିଥିଲା।

ସୂଚନା ଅନୁସାରେ, ମୁଗ ସାନ୍ତାଙ୍କର ପୁଅ ରଜରେ ଡ୍ରେସ୍ କିଣିବା ପାଇଁ ଟଙ୍କା ମାଗିଥିଲା । ମୁଗ ସାନ୍ତା ପଇସା ନଦେବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପୁଅ। ହତ୍ୟା କରିବା ପରେ ନିଜେ ଯାଇ ଗାଁ ଲୋକଙ୍କୁ ହତ୍ୟା କରିଥିବା ନେଇ ଖବର ଦେଇଥିଲା । ଗାଁ ଲୋକ ନୟାକୋଟ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ନୟାକୋଟ ପୋଲିସ। ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।

Also Read  Odisha-IOCL VAT dispute: Union Petroleum minister Dharmendra Pradhan assures matter to be settled through mutual discussions