ମନି ଲଣ୍ଡରିଂ ମାମଲା: ଭାରତ ଛାଡି ଚୀନ ପଳାୟନ କଲେ VIVO ନିର୍ଦ୍ଦେଶକ

0
580
money-laundering-case-vivo-directors-fled-from-india

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ମନି ଲଣ୍ଡରିଂ ମାମଲାର ତଦନ୍ତ ଜୋରାଦାର କରାଯିବା ପରେ ମୋବାଇଲ କମ୍ପାନି ଭିଭୋର ଦୁଇ ନିର୍ଦ୍ଦେଶକ ଭାରତ ଛାଡି ପଳାୟନ କରିଛନ୍ତି । ଦୁହେଁ ଚୀନ ଚାଲିଯାଇଥିବା କୁହାଯାଉଛି। ସମାଚାର ଏଜେନ୍ସି ଏଏନଆଇ ଅନୁସାରେ, ଇଡି ଦ୍ୱାରା ଚୀନ କମ୍ପାନି ବିରୋଧରେ ମନି ଲଣ୍ଡରିଂ ମାମଲାରେ ତଦନ୍ତ ଜୋରଜାର କରାଯିବା ପରେ ଭିଭୋର ନିର୍ଦ୍ଦେଶକ ଝୋଙ୍ଗସେନ ଓୟୁ ଏବଂ ଝାଙ୍ଗ ଜୀ ଭାରତରୁ ପଳାୟନ କରିଛନ୍ତି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମଙ୍ଗଳବାର ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଉପରେ ଚଢଉ କରିଥିଲା। ସାରା ଦେଶର ୪୪ଟି ସ୍ଥାନରେ ଏହି ଚଢଉ ହୋଇଥିଲା। ଭିଭୋ ଇଣ୍ଡିଆର ଜଣେ ମୁଖପାତ୍ର କହିଥିଲେ, ଅଧିକାରୀଙ୍କୁ ଯାଞ୍ଚରେ ସହଯୋଗ କରାଯାଉଛି।

ଭୂତ କମ୍ପାନି ଜରିଆରେ ବେଆଇନ ଭାବେ ଆଦାୟ କରାଯାଇଥିବା କଳା ଧନକୁ ଚୀନ ପଠାଯାଉଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସନ୍ଦେହ କରୁଛି । ଏଥିରେ କିଛି ଅପରାଧିକ ଆୟକୁ ବିଦେଶ ପଠାଯାଇଛି ଏବଂ ଭାରତୀୟ ଏଜେନ୍ସି ଗୁଡିକୁ ଧୋକା ଦେଇ ଅନ୍ୟ ବ୍ୟବସାୟରେ ପୁଞ୍ଜି ନିବେଶ କରାଯାଇଛି ।

ଏହି କାର୍ଯ୍ୟାନୁଷ୍ଠାନକୁ ଚୀନ ସଂସ୍ଥା ଏବଂ ଏହାସହ ଜଡିତ ଭାରତୀୟ ପକ୍ଷଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନଷ୍ଠାନ ଭାବେ ଦେଖାଯାଉଛି । ଅଭିଯୋଗ ଏହା ମଧ୍ୟ ରହିଛି ଯେ, କମ୍ପାନି ଏଠାରେ କାମ କରି ଟିକସ ଫାଙ୍କିବା ସହ ଅନ୍ୟ ଆର୍ଥିକ ଅପରାଧରେ ଲିପ୍ତ ରହିଛି ।

Also Read  Black money issue; SIT holds meeting today