ସାରା ରାଜ୍ୟକୁ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୫ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

0
155
monsoon-hits-all over odisha

ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ଟ୍ଵିଟ୍ କରି ସୂଚନା ଦେଇଛି। ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କରିଛି ମୌସୁମୀ । ଗତ ୨୪ ଘଣ୍ଟାରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି। ଆଗାମୀ ୫ଦିନ ଯାଏ ଏହି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ରାଜ୍ୟର ୨ଟି ସ୍ଥାନରେ ଅତି ପ୍ରବଳ ଓ ୯ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।

ଚଳିତ ବର୍ଷ ଜୁନ୍‌ ୧୬ ତାରିଖରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁ ଥିଲା। ପ୍ରଭାବରେ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା । କିନ୍ତୁ ପରେ ପାଗ ଅନୁକୁଳ ନଥିବାରୁ ଆଗକୁ ବଢିପାରୁନଥିଲା ମୌସୁମୀ ବାୟୁ । ଏବେ ପାଗ ଅନୁକୁଳ ହେବାରୁ ଆଗକୁ ବଢିଛି ମୌସୁମୀ ବାୟୁ । ଧୀରେ ଧୀରେ ଏବେ ପୁରା ରାଜ୍ୟକୁ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଯାହାଫଳରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ସାରା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ମୌସୁମୀ ପ୍ରଭାବରେ ଆଜି ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Also Read  ସ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ସ୍ୱାମୀ ତଥା ମାହାଙ୍ଗା ଥାନା ଅଧିକାରୀଙ୍କୁ ବଦଳି

LEAVE A REPLY

Please enter your comment!
Please enter your name here