କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ; ପାଣିପାଗ ଠିକ୍ ରହିଲେ ଜୁନ୍ ୧୦ ସୁଦ୍ଧା ଓଡିଶା ଛୁଇଁବା ସମ୍ଭାବନା

0
156
moonsoon-soo-late-in-odisha

ଭୁବନେଶ୍ବର: କେରଳ ଛୁଇଁଲା ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। ନିର୍ଦ୍ଧାରିତ ତାରିଖ ଜୁନ୍‌ ୧ ଠାରୁ ୩ ଦିନ ଆଗରୁ ପହଞ୍ଚିଲା ମୌସୁମୀ। ଏନେଇ ଟୁଇଟ୍ କରି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସାଧାରଣତଃ ଜୁନ୍‌ ପହିଲାରେ ମୌସୁମୀ ପହଞ୍ଚିଥାଏ। ଏଥର ମେ ୨୭ରେ ଛୁଇଁବ ବୋଲ ପୂର୍ବାନୁମାନ କରିଥିଲା IMD। ଆରବ ସାଗର ଓ ବଙ୍ଗୋପ ସାଗର ଆଡକୁ ଅଗ୍ରସର ହୋଇଛି ମୌସୁମୀ ବାୟୁ । ତାମିଲନାଡୁ ଦକ୍ଷିଣରେ ମଧ୍ୟ ମୌସୁମୀ ପ୍ରବେଶ କରିଛି । ମୌସୁମୀ ବାୟୁ ପ୍ରଭାବରେ କେରଳ ଉପକୂଳରେ ବର୍ଷା ଆରମ୍ଭ ହୋଇଛି।

ଜୁନ ୧ରେ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଆଇଏମଡି । ମୌସୁମୀ ବାୟୁ କେରଳ ଛୁଇଁବାର ପାୟ ୧୦ ରୁ ୧୨ଦିନ ଭିତରେ ଓଡିଶା ଛୁଇଁଥାଏ । ଅର୍ଥାତ ଯଦି ପାଣିପାଗ ଠିକ୍ ରୁହେ ତାହେଲେ ଜୁନ୍ ୧୦ତାରିଖ ସୁଦ୍ଧା ମୌସୁମୀ ବାୟୁ ଓଡିଶା ଛୁଇଁବ ।

Also Read  ମୋଦୀ ସରକାର କେମିତି ଗାଦିଚ୍ୟୁତ ହୋଇପାରିବେ, ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଲେ ଟିଏମସି ସାଂସଦ

LEAVE A REPLY

Please enter your comment!
Please enter your name here