ଭୁବନେଶ୍ଵର: ରାଜ୍ୟରେ ତଳମୁହାଁ ଦୈନିକ କରୋନା ସଂକ୍ରମଣ ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮୮ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୩୪୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬୯ ଜଣ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୨୪୨ ଜଣ, ଖୋର୍ଦ୍ଧାରୁ ୧୧୭ ଜଣ, ସମ୍ବଲପୁରରୁ ୬୨ ଜଣ, ମୟୂରଭଞ୍ଜରୁ ୫୫ ଜଣ, ନବରଙ୍ଗପୁରରୁ ୩୩ ଜଣ, ବଲାଙ୍ଗୀରରୁ ୩୨ ଜଣ, ବରଗଡ଼ରୁ ୩୦ ଜଣ, କଳାହାଣ୍ଡିରୁ ୨୫ ଜଣ,ନୂଆପଡ଼ାରୁ ୨୧ ଜଣ, କଟକରୁ ୨୦ ଜଣ, ନୟାଗଡ଼ରୁ ୧୯ ଜଣ, କୋରାପୁଟରୁ ୧୭ ଜଣ, ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାରୁ ୧୬ ଜଣ ଲେଖାଁଏ, ଯାଜପୁର ଓ ସୋନପୁର ଜିଲ୍ଲା ୧୪ ଜଣ ଲେଖାଁଏ, ବୌଦ୍ଧରୁ ୧୦ ଜଣ, ବାଲେଶ୍ବର ଓ ରାୟଗଡ଼ା ଜିଲ୍ଲାରୁ ୯ ଜଣ ଲେଖାଁଏ, କେନ୍ଦୁଝରରୁ ୮ ଜଣ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଳାରୁ ୭ ଜଣ ଲେଖାଁଏ, ଦେବଗଡ଼ ଓ ଗଜପତି ଜିଲ୍ଲାରୁ ୬ ଜଣ ଲେଖାଁଏ, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରୁ ୪ ଜଣ ଲେଖାଁଏ, ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରୁ ୨ ଜଣ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍ରୁ ୨୭ ଜଣ ଆକ୍ରାନ୍ତ ରହିଛନ୍ତି।

























