ମୋ ଇସ୍ତଫା ପତ୍ର ସୋନିଆ ଗାନ୍ଧିଙ୍କ ପାଖରେ ପଡ଼ି ରହିଛି: ରାଜସ୍ଥାନ ମୁଖ୍ୟମନ୍ତ୍ରୀ

0
450
my-resignation-letter-is-permanently-with-sonia-gandhi-says-gehlot

ନୂଆଦିଲ୍ଲୀ: ମୋ ଇସ୍ତଫାପତ୍ର କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖରେ ସ୍ଥାୟୀ ଭାବରେ ପଡ଼ିରହିଛି। ସିଏ ଯେତେବେ ବେଳେ ଚାହିଁବେ ନିଷ୍ପତ୍ତି ନେଇ ପାରିବେ। ତେଣୁ ଏଥିରେ କେହି ଗୁଜବ ନଖେଳାନ୍ତୁ ବୋଲି ରାଜସ୍ଥାନ ମୁଖ୍ୟମମନ୍ତ୍ରୀ ଅଶୋକ ଗେହେଲେଟ୍‌ କହିଛନ୍ତି । ଆସନ୍ତା ବର୍ଷ ଶେଷ ଆଡକୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟର ଦୁଇ ହେଭିୱେଟ ନେତା ଅଶୋକ ଗେହଲୋଟ୍ ଓ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଥମିବାର ନାମ ନେଉନାହିଁ | ଦିଲ୍ଲୀରେ ସଚିନ ପାଇଲଟ ସୋନିଆ ଗାନ୍ଧୀଙ୍କୁ ଭେଟିବାର ଦୁଇ ଦିନ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏହି ବଡ଼ ବୟାନ ଦେଇଛନ୍ତି।

ଶନିବାର ଏନେଇ ପ୍ରତିକ୍ରିୟା ଦେଇ ଗେହେଲୋଟ କହିଛନ୍ତି “ମୋ ଇସ୍ତଫାପତ୍ର ସବୁବେଳେ ସୋନିଆ ଗାନ୍ଧିଙ୍କ ପାଖରେ ରହିଛି। ଯେତେବେଳେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପଦ ପରିବର୍ତ୍ତନ କରିବାକୁ ଚାହିଁବ, ତା ଆଗରୁ କାହାକୁ ସାମାନ୍ୟ ସୂଚନା ବି ମିଳିବ ନାହିଁ। ଏନେଇ ଆଉ କୌଣସି ବିଚାରବିମର୍ଶ କରାହେବ ନାହିଁ। ନିଷ୍ପତ୍ତି ନେବାରେ କଂଗ୍ରେସ ହାଇକମାଣ୍ଡଙ୍କର ପୂର୍ଣ୍ଣ ସ୍ୱାଧୀନତା ରହିଛି। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଗୁଜବକୁ ଧ୍ୟାନ ଦିଅନ୍ତୁ ନାହିଁ। ଏହା ସରକାରଙ୍କ ପ୍ରଭାବ ପକାଉଛି।”

ସୂଚନାଯୋଗ୍ୟ ଯେ ୨୦୨୩ ଶେଷ ସୁଦ୍ଧା ରାଜସ୍ଥାନ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କଂଗ୍ରେସ ହାଇକମାଣ୍ଡ ଏବେ ରାଜସ୍ଥାନ ଉପରେ ଧ୍ୟାନ କେନ୍ଦ୍ରିତ କରିଥିବାବେଳେ ସଚିନ ପାଇଲଟ ଗୁରୁବାର ଦିନ ନୂଆଦିଲ୍ଲୀରେ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ଆଉ ପାଇଲଟ ଭେଟିବାର ଗୋଟିଏ ଦିନ ପୂର୍ବରୁ ବୁଧବାର ଦିନ ଗେହଲୋଟ ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ।

Also Read  Cyber Crime busted in Cuttack, Odisha: 5 including two BSNL staff held