ମଇଁଷି ପଲ ଉପରେ ଚଢ଼ିଗଲା ଟ୍ରେନ, ୨୭ ମଇଁଷି ମୃତ

0
425
train-hit-group-of-buffalo-in-rayagada 27-buffolow died

ରାୟଗଡ଼ା: ମଇଁଷି ପଲ ଉପରେ ଚଢିଗଲା ଟ୍ରେନ୍ । ପାଖାପାଖି ୨୭ରୁ ଅଧିକ ମଇଁଷିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାୟଗଡା ପିତାମହଲ ଗାଁ ନିକଟରେ ଏହି ଟ୍ରେନ୍‌ ଦୁର୍ଘଟଣା ଘିଟିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ପିତାମହଲ ନିକଟରେ ରେଳ ଧାରଣା ପାରି ହେଉଥିବା ବେଳେ ହଠାତ୍ ଆସି ଯାଇଥିଲା ଆଲେପି-ଧାନବାଦ ଏକ୍ସପ୍ରେସ ଟ୍ରେନ୍‌। ରେଳ ଟ୍ରାକ୍ ପାର ହେବା ବେଳେ ଏକ୍ସପ୍ରେସ ଟ୍ରେନ ମାଡି ଯାଇଥିଲା । ଫଳରେ ରେଳ ଟ୍ରାକ୍ ଉପରେ ହିଁ ଅନେକ ମଇଁଷିଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଯାଇଥିଲା । ଆଉ କିଛି ମଇଁଷି ଟ୍ରେନରେ ଧକ୍କା ହୋଇ ଛିଟିକି ପଡିବା ସହ ମୃତ୍ୟୁବରଣ କରିଛନ୍ତି ।

Also Read  ପ୍ରଜାତନ୍ତ୍ରର ୭୫ତମ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: ଗଣମାଧ୍ୟମ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଉଚିତ