ରାୟଗଡ଼ା: ମଇଁଷି ପଲ ଉପରେ ଚଢିଗଲା ଟ୍ରେନ୍ । ପାଖାପାଖି ୨୭ରୁ ଅଧିକ ମଇଁଷିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାୟଗଡା ପିତାମହଲ ଗାଁ ନିକଟରେ ଏହି ଟ୍ରେନ୍ ଦୁର୍ଘଟଣା ଘିଟିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ପିତାମହଲ ନିକଟରେ ରେଳ ଧାରଣା ପାରି ହେଉଥିବା ବେଳେ ହଠାତ୍ ଆସି ଯାଇଥିଲା ଆଲେପି-ଧାନବାଦ ଏକ୍ସପ୍ରେସ ଟ୍ରେନ୍। ରେଳ ଟ୍ରାକ୍ ପାର ହେବା ବେଳେ ଏକ୍ସପ୍ରେସ ଟ୍ରେନ ମାଡି ଯାଇଥିଲା । ଫଳରେ ରେଳ ଟ୍ରାକ୍ ଉପରେ ହିଁ ଅନେକ ମଇଁଷିଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଯାଇଥିଲା । ଆଉ କିଛି ମଇଁଷି ଟ୍ରେନରେ ଧକ୍କା ହୋଇ ଛିଟିକି ପଡିବା ସହ ମୃତ୍ୟୁବରଣ କରିଛନ୍ତି ।