FIH ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନରିନ୍ଦର ବାତ୍ରା, OIC ସଦସ୍ୟତା ବି ଛାଡିଲେ

0
249
Narinder Batra resigns from FIH President post

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ହକି ଫେଡେରେସନ (FIH)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନରିନ୍ଦର ବାତ୍ରା। ଏଥିସହ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ସଦସ୍ୟତା ଛାଡିବା ସହ ଭାରତୀୟ ଅଲିମ୍ପିକ ସଂଘରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଆଜି ସେ ଏଫଆଇଏଚ୍ ଓ ଆଇଓଏକୁ ନିଜର ଇସ୍ତଫା ପତ୍ର ପଠାଇଦେଇଛନ୍ତି । ତିନୋଟି ଅଲଗା ପତ୍ର ମାଧ୍ୟମରେ ବାତ୍ରା ଆନୁଷ୍ଠାନିକ ଭାବରେ ଆଇଓଏ, ଆଇଓସି ଏବଂ ଏଫ୍ଆଇଏଚ୍ ପଦରୁ ଇସ୍ତଫା ଦେଇଛନ୍ତି |

ଦିଲ୍ଲୀ ହାଇକୋର୍ଟ ହକି ଇଣ୍ଡିଆର ‘ଆଜୀବନ ସଦସ୍ୟ’ ପଦ ରଦ୍ଦ କରିବା ପରେ ବାତ୍ରାଙ୍କୁ ମେ ୨୫ରେ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ର ସଭାପତି ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ବାତ୍ରା ହକି ଇଣ୍ଡିଆର ଆଜୀବନ ସଦସ୍ୟ ଭାବେ ୨୦୧୭ରେ ଆଇଓଏ ନିର୍ବାଚନ ଲଢ଼ିଥିଲେ ଏବଂ ଜିତିଥିଲେ |

ଗତ ମାର୍ଚ୍ଚ ମାସରେ ସେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ସଦସ୍ୟ ପଦରୁ ବି ଇସ୍ତଫା ଦେଇଥିଲେ । ହକିକୁ ଅଧିକ ସମୟ ଦେବା ପାଇଁ ସେ ଏହି ସଦସ୍ୟ ପଦ ଛାଡ଼ୁଥିବା ସେତେବେଳେ କହିଥିଲେ । କିନ୍ତୁ ହଠାତ ଏଫଆଇଏଚ ସଭାପତି ପଦ ଛାଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାକୁ ସିବିଆଇ ତଦନ୍ତ ସହ ଯୋଡ଼ି ଦେଖାଯାଉଛି ।

Also Read  ‘କଚ୍ଚା ବାଦାମ’ ଗୀତର ରମଜାନ ସଂସ୍କରଣ ଗାଇବା ପାକିସ୍ତାନ କଳାକାରଙ୍କୁ ମହଙ୍ଗା ପଡ଼ିଲା

LEAVE A REPLY

Please enter your comment!
Please enter your name here