କ୍ୟାଟ୍ରିନାଙ୍କ ଭାଇକୁ ଡେଟ୍‌ କରୁଛନ୍ତି କି ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ !

0
265
bollywood-actress-ileana-dcruz dating katrina-kaifs-brother-sebastin

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମାଳଦ୍ୱୀପରେ ତାଙ୍କର ୩୯ ତମ ଜନ୍ମଦିନ ପାଳନ କରିଛନ୍ତି। କ୍ୟାଟ୍ରିନାଙ୍କ ଜନ୍ମଦିନରେ ସେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଛୁଟି କାଟୁଥିବାର ଦେଖିବାକୁ ମିଳିଥିଲା। ଭାଇରଲ ଫଟୋରେ କ୍ୟାଟ୍ରିନା ତାଙ୍କ ସ୍ୱାମୀ ତଥା ଅଭିନେତା ବିକି, ସନ୍ନି କୌଶଲ, ମିନି ମଥୁର, ଭାଇ ସେବାଷ୍ଟିଆନ, ଆନନ୍ଦ ତିୱାରୀ ଏବଂ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ନଜର ଆସିଥିଲେ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି ।

ନିକଟରେ କ୍ୟାଟ୍ରିନାଙ୍କ ଭାଇ ସେବାଷ୍ଟିଆନ୍ ଏବଂ ଇଲିଆନାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । କୁଆଡେ ସେମାନେ ଗତ ୬ ମାସ ହେବ ଉଭୟ ପରସ୍ପର ସହ ସମ୍ପର୍କ ରହିଛନ୍ତି। କ୍ୟାଟ୍ରିନାଙ୍କ ଭାଇ ସେବାଷ୍ଟିଆନ୍ ବ୍ରିଟେନର ଜଣେ ମଡେଲ। ରିପୋର୍ଟ ଅନୁଯାୟୀ , ସେବାଷ୍ଟିଆନ୍ ଏବଂ ଇଲିଆନା କେବଳ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ ମଧ୍ୟ କରୁଛନ୍ତି । ବାନ୍ଦ୍ରାସ୍ଥିତ କ୍ୟାଟ୍ରିନାଙ୍କ ପୁରୁଣା ଘରେ ଏକାଠି ସମୟ ବିତାଉଛନ୍ତି। ଏହି ସବୁ ଖବର ସାମ୍ନାକୁ ଆସିବା ପରେ, ନାନା କଳ୍ପନା କରାଯାଉଛି । ଭାଇରଲ ହୋଇଥିବା ଫଟୋ ଦୁହେଁ ମସ୍ତି କରୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ଇଲିଆନା ନିଜ ଇନଷ୍ଟାଗ୍ରମାରେ ଫ୍ୟାନ୍ସଙ୍କ ସହିତ ସେୟାର କରିଥିଲେ। ଯାହା ଏବେ ଭାଇରଲ ହେବାରେ ଲାଗିଛି।

ପୂର୍ବରୁ ଇଲିଆନା ଫଟୋଗ୍ରାଫର ଆଣ୍ଡ୍ର୍ୟୁଙ୍କୁ ଡେଟ କରୁଥିଲେ । ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକି ମିଳିଥିଲା । ଉଭୟ ମଧ୍ୟ ପରସ୍ପର ପ୍ରତି ଅତ୍ୟନ୍ତ ଗମ୍ଭୀର ଥିଲେ, କିନ୍ତୁ ଉଭୟଙ୍କ ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ପାରି ନଥିଲା। ବ୍ରେକଅପ୍ ପରେ ଇଲିଆନା ବହୁତ ଭାଙ୍ଗି ଯାଇଥିଲେ । ଇଲିଆନା ଏବେ ଫିଲ୍ମ ଇଣ୍ଡଷ୍ଟ୍ରୀ ଠାରୁ ଦୂରେଇ ରହିଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ବେଡ୍‌ ଆକ୍ଟିଭ ରହିଛନ୍ତି। ସୋସିଆଲ ମିଡିଆରେ ବୋଲ୍ଡ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଆକର୍ଷିତ କରିଥାନ୍ତି ଇଲିଆନା।

Also Read  ଦର୍ଶକଙ୍କ ପାଇଁ ଖୁସି ଖବର: ପୁଣି ବଡ ପରଦାରେ ଏକାଠି ନଜର ଆସିବେ କରନ ଅର୍ଜୁନ