ଶପଥ ନେଲେ ନବୀନଙ୍କ ମନ୍ତ୍ରିମଣ୍ଡଳର ନୂଆ ଟିମ, ଲୋକସେବା ଭବନରେ ୧୩ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ

0
193
naveen-patnaiks-new-cabinet-ministers-takes oath

ଭୁବନେଶ୍ୱର: ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ ନୂଆ ଯୋଦ୍ଧା । ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ରାଜ୍ୟପାଳ ଉଭୟ କ୍ୟାବିନେଟ ଓ ରାଷ୍ଟ୍ର ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ । ଆଜି ମୋଟ ୨୧ଜଣ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଅଛନ୍ତି। ଏହି ନୂଆ ମନ୍ତ୍ରିମଣ୍ଡଳରେ ୫ ଜଣ ମହିଳାଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିଛି।

ତେବେ ଏହି କ୍ୟାବିନେଟରେ ଜଣେ ନୂଆ ଚେହେରାଙ୍କୁ ଦିଆଯାଇଛି ସ୍ଥାନ । ପ୍ରଥମେ କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଥିଲେ । ପ୍ରଥମେ କ୍ୟାବିନେଟ ମନ୍ତ୍ରୀ ଭାବେ ବିଷମକଟକ ବିଧାୟକ ଜଗନ୍ନାଥ ସାରକା ଶପଥ ନେଇଥିଲେ । ଏହାପରେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଚିକିଟି ବିଧାୟିକା ଉଷା ଦେବୀ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟଚାସୀ ନାୟକ, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଝାରସୁଗୁଡା ବିଧାୟକ ନବ କିଶୋର ଦାସ, ଭୁବନେଶ୍ବର ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ନୂଆପଡା ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ରାଷ୍ଟ୍ର ମନ୍ତ୍ରୀମାନେ ଶପଥ ନେଇଥିଲେ । ପ୍ରଥମେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଶପଥ ନେଇଥିଲେ । ଏହାପରେ ଜଳେଶ୍ବର ବିଧାୟକ ଅଶ୍ବନୀ କୁମାର ପାତ୍ର, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କାକଟପୁର ତୁଷାରକାନ୍ତି ବେହେରା, ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେପୁର ବିଧାୟିକା ରିତା ସାହୁ ଏବଂ କରଞ୍ଜିଆ ବିଧାୟିକ ବାସନ୍ତି ହେମ୍ବ୍ରମ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

Also Read  Govt to Transfer Subhadra Yojana’s 1st Instalment in 2nd Phase on Oct 9

LEAVE A REPLY

Please enter your comment!
Please enter your name here