ନବକଳେବର ହେବ ନବୀନଙ୍କ ମନ୍ତ୍ରୀମଣ୍ଡଳ ! ଇସ୍ତଫା ଦେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

0
190
naveens-cabinet-will-be-reshuffled

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ବଦଳିପାରେ ନବୀନଙ୍କ ମନ୍ତ୍ରୀମଣ୍ଡଳ । ମନ୍ତ୍ରୀମଣ୍ଡଳ ଅଦଳ ବଦଳ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଏକକାଳୀନ କିଛି ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି । କିଛି ମନ୍ତ୍ରୀ ଇସ୍ତଫା ଦେଇସାରିଥିବା ମଧ୍ୟ ସୂଚନା ମିଳିଛି । ନବୀନଙ୍କ ପଞ୍ଚମ ପାଳିରେ ଏଯାବତ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହୋଇନାହିଁ । ଏହାରି ମଧ୍ୟରେ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର । ଇସ୍ତଫା ପତ୍ର ଗ୍ରହଣ କଲେ ଉପବାଚସ୍ପତି ।

୨୦୧୯ ନିର୍ବାଚନରେ ବିଜେଡି ସରକାରକୁ ଆସିବା ସହ ନୂଆ ମନ୍ତ୍ରୀମଣ୍ଡଳ ଗଠନ ସହ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ନବୀନ । ତେବେ ଦୀର୍ଘ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିନଥିଲେ ନବୀନ । ପୂର୍ବରୁ ବାରମ୍ବାର ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ନେଇ ଚର୍ଚ୍ଚା ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରିମଣ୍ଡଳର କେତେକ ସଦସ୍ୟଙ୍କୁ ଇସ୍ତଫା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀ ନୂତନ ଭାବେ ମନ୍ତ୍ରିମଣ୍ଡଳ ଗଢ଼ିବେ ବୋଲି ସୂଚନା ରହିଛି। ଖବର ଅନୁସାରେ, ଆଗମୀ ୨/୩ ଦିନ ଭିତରେ ନୂତନ ମନ୍ତ୍ରିମଣ୍ଡଳ ଶପଥ ନେବାର ସମ୍ଭାବନା ରହିଛି।

Also Read  ଆଜିଠୁ ସାରା ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ; ତିଆରି କିମ୍ବା ବିକ୍ରି କଲେ ୭ ବର୍ଷ ଜେଲ ଦଣ୍ଡ, ଲକ୍ଷେ ଜରିମାନା

LEAVE A REPLY

Please enter your comment!
Please enter your name here