ନିଜକୁ ପାର୍ବତୀଙ୍କ ଅବତାର କହି ପ୍ରଭୁ ଶିବଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ମହିଳା…

0
399
woman claims-herself to-be-goddess-parvati

ନୂଆଦିଲ୍ଲୀ: ନିଜକୁ ପାର୍ବତୀଙ୍କ ଅବତାର କହୁଛନ୍ତି ଜଣେ ମହିଳା, ଖାଲି ଏତିକି ନୁହେଁ ଭୋଲେନାଥ ଶିବଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଛନ୍ତି ଏହି ମହିଳା ।ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଭାରତ-ଚୀନ୍ ସୀମା ନାଭିଡାଙ୍ଗ ଅଞ୍ଚଳରେ ଯେଉଁଠି ବେଆଇନ ଭାବେ ରହୁଛନ୍ତି ଏହି ମହିଳା। ଲକ୍ଷ୍ନୌର ଏହି ମହିଳା ନିଜକୁ ପାର୍ବତୀଙ୍କ ଅବତାର ବୋଲି ଦାବି କରିଛନ୍ତି। ଏଥିସହ ସେ କୈଳାଶ ପର୍ବତ ଯାଇ ଶିବ ଠାକୁରଙ୍କୁ ବିବାହ କରିବାକୁ ଚାହୁଁଥିବା କହିଛନ୍ତି। ନାଭିଡାଙ୍ଗରୁ ତାଙ୍କୁ ହଟାଗଲେ ମହିଳା ଜଣଙ୍କ ଆତ୍ମହତ୍ୟା କରିବେ ବୋଲି ପୋଲିସକୁ କହିଛନ୍ତି।

ମହିଳା ଜଣଙ୍କ ହେଲେ ହରମିନ୍ଦର କୌର। ତାଙ୍କୁ ନାଭିଡାଙ୍ଗରୁ ହଟାଇବା ପାଇଁ ୧୨ ଜଣିଆ ପୋଲିସ ଦଳ ପଠାଯାଇଛି। ମେଡିକାଲ କର୍ମଚାରୀମାନେ ମଧ୍ୟ ଏହି ଦଳରେ ସାମିଲ୍‌ ହୋଇଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ, ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳର ଏହି ମହିଳା ଉପ-ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ଠାରୁ ୧୫ଦିନ ଅନୁମତି ନେଇ ଏଠାକୁ ଆସିଥିଲେ। ପରେ ତାଙ୍କ ମାଆଙ୍କ ସହ ଗୁଞ୍ଜି ଯାଇଥିଲେ। କିନ୍ତୁ ମେ ୨୫ ରେ ଅନୁମତି ଅବଧି ସମାପ୍ତ ହେବା ପରେ ମଧ୍ୟ ସେ ଅଞ୍ଚଳ ଛାଡିବାକୁ ମନା କରିଦେଇଥିଲେ। ପୋଲିସ୍‌ ତାଙ୍କୁ ସେଠାରୁ ହଟିବାକୁ କହିବାରୁ ମହିଳା ଜଣ ନିଜକୁ ପାର୍ବତୀଙ୍କ ଅବତାର ବୋଲି କହିଥିଲେ। ଏବଂ ଭୋଳେନାଥଙ୍କୁ ବିବାହ କରିବେ ବୋଲି କହିଥିଲେ। ମହିଳାଙ୍କ କଥାବାର୍ତ୍ତାରୁ ସେ ମାନସିକ ସ୍ତରରେ ଅସୁସ୍ଥ ଥିବା ସନ୍ଦେହ କରାଯାଉଛି।

Also Read  India tests Missile 'Akash Prime' from ITR at Odisha's Chandipur