ନେପାଳ ବିମାନ ଦୁର୍ଘଟଣା: ୪ ଓଡିଆଙ୍କ ମୃତଦେହ ଚିହ୍ନଟ

0
483
nepal-air-crash-bodies-of-4-odia-were-found

ଭୁବନେଶ୍ୱର: ନେପାଳରେ ଦୁର୍ଘଟଣାଗ୍ରସ୍ତ ବିମାନକୁ ସୋମବାର ଦିନ ପାର୍ବତ୍ୟ ମୁସ୍ତାଙ୍ଗ ଜିଲ୍ଲା‌ରେ ଠାବ କରାଯାଇଥିବାବେଳେ ସେଥିରେ ଥିବା ୨୨ଜଣଙ୍କ ମଧ୍ୟରୁ ୨୦ଜଣଙ୍କ ମୃତଦେହ ମିଳିଛି। ସେମାନଙ୍କ ଭିତରେ ଅଶୋକଙ୍କ ପରିବାରର ସମସ୍ତ ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି। ଅଶୋକଙ୍କ ସହ ତାଙ୍କ ପତ୍ନୀ ବୈଭବୀ ବନ୍ଦେକର (୫୧), ପୁଅ ଧନୁଷ (୨୨)ଓ ଝିଅ ଋତିକାଙ୍କ ମୃତଦେହକୁ ଅଶୋକଙ୍କ ଭାଇ ରାଜନ ତ୍ରିପାଠୀ (ସୁରୁ) କାଠମାଣ୍ଡୁରେ ପହଞ୍ଚି ଗ୍ରହଣ କରିଛନ୍ତି। ଆଜି ସେ ଦିଲ୍ଲୀରେ ପହଞ୍ଚିବେ ।

ସୂଚନାଯୋଗ୍ୟ ଯେ ୩ବର୍ଷ ହେବ ପରିବାରଠାରୁ ଦୂରରେ ରହୁଥିଲେ ଅଶୋକ ତ୍ରିପାଠୀ। ଭୁବନେଶ୍ବର ଜୟଦେବ ବିହାରସ୍ଥିତ ଘରେ ରହି ଏକ ସଫ୍ଟୱେୟାର୍‌ ସଂସ୍ଥାରେ କାମ କରୁଥିଲେ। ପତ୍ନୀ ବୈଭବୀ ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ଏକ ଫାର୍ମରେ କାମ କରୁଥିଲେ। ଦୁହିଁଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିବାରୁ ଛାଡ଼ପତ୍ର ହୋଇଥିଲା। ବୈଭବୀ ତାଙ୍କ ପୁଅ ଝିଅଙ୍କୁ ଧରି ଥାନେ ବାଲକୁମ ଅଞ୍ଚଳରେ ଥିବା ରୁସ୍ତମଜୀ ଏଥେନା ଆପାର୍ଟମେଣ୍ଟରେ ରହୁଥିଲେ। ବୈଭବୀଙ୍କ ସହ ତାଙ୍କର ୮୦ ବର୍ଷୀୟା ବୃଦ୍ଧା ମା’ ମଧ୍ୟ ରହୁଥିଲେ।

ତେବେ ଅଲଗା ହେବାର କିଛି ବର୍ଷ ପରେ ୨୦୨୧ ମସିହାରେ ସେମାନଙ୍କ ମନ ପରିବର୍ତ୍ତନ ହେଲା। ତେଣୁ ପୁଣି ଏକାଠି ହେବାକୁ ଯୋଜନା କରିଥି‌ଲେ। ଝିଅର ମାଟ୍ରିକ୍‌ ପରୀକ୍ଷା ସରିବା ପରେ ସେମାନେ ବିଦେଶ ବୁଲିଯିବାକୁ ଯୋଜନା କରିଥିଲେ। ତେବେ ସଂପର୍କ ଯୋଡ଼ିବା ପୂର୍ବରୁ ଏହି ବିମାନ ଦୁର୍ଘଟଣା‌ ସବୁ କିଛି ସାରି ଦେଇଛି।

Also Read  Home Secretary levels talks held between India and Nepal