ସୁରକ୍ଷାବାହିନୀକୁ ସଫଳତା: ଏନ୍‌କାଉଣ୍ଟରେ ଦୁଇ ଆତଙ୍କବାଦୀ ସଫା

0
133
2-terrorists-killed-in-jk

ଶ୍ରୀନଗର: ସେନା ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ। ଜମ୍ମୁ-କଶ୍ମୀରର ଅବନ୍ତୀପୁରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜମ୍ମୁ ପୁଲିସ ସୂଚନା ଦେଇଛି। ଏଥିସହ ମୃତ ଆତଙ୍କବାଦୀଙ୍କ ନିକଟରୁ ୨ଟି ଏକେ-୪୭ ରାଇଫଲ ମଧ୍ୟ ଜବତ ହୋଇଛି। ନିହତ ହୋଇଥିବା ଆତଙ୍କବାଦୀ ତ୍ରାଲର ଶାହିଦ ଏବଂ ଶୋପିଆର ଉମର ୟୁସୁଫ ବୋଲି ଚିହ୍ନଟ କରାଯାଇଛି ।

କାଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି ଯେ ଆତଙ୍କବାଦୀ କାର୍ଯ୍ୟକଳାପ ବ୍ୟତୀତ ଏମାନେ ଅନେକ ଅପରାଧିକ କାର୍ଯ୍ୟକଳାପ ସଂପୃକ୍ତି ଥିଲେ । ଏହାପୂର୍ବରୁ କାଠୁଆରେ ସୁରକ୍ଷା ବାହିନୀ ମଧ୍ୟ ସୀମା ପାର୍ ହୋଇ ଆସିଥିବା ଡ୍ରୋନକୁ ଗୁଳି ମାରି ଖସାଇଥିଲେ । ଏହି ଡ୍ରୋନ୍ ମାଧ୍ୟମରେ ୭ ଟି ଗ୍ରେନେଡ୍ ଏବଂ ବୋମା ଅଣାଯାଇଥିଲା ।

Also Read  Escaped eight terrorists from Bhopal Central Jail gunned down in an encounter

LEAVE A REPLY

Please enter your comment!
Please enter your name here