ନଦୀ ଭିତରେ କୁମ୍ଭୀର ସହ ଲଢ଼ି ନିଜ ଜୀବନ ବଞ୍ଚାଇଲେ ନାବାଳକ

0
652
minor boy-survived-a-crocodile-attack

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ: ନଈରେ ଗାଧୋଉଥିବା ବେଳେ ଝାମ୍ପ ମାରି ଗୋଡ଼କୁ ଧରି ଟାଣି ନେଇଥିଲା ଏକ ବିରାଟ କୁମ୍ଭୀର । ପ୍ରାୟ ୧୫ ମିନିଟ ଯାଏଁ ଚାଲିଲା ଏହି ଲଢେଇ । ମାତ୍ର ସାହାସର ସହ ଲଢିଥିଲେ ନାବାଳକ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଲୁରିଆ ପଞ୍ଚାୟତର ଅରାଜି ଗାଁ ନିକଟ କାଣୀ ନଦୀରେ ଘଟିଛି ଏଭଳି ଲୋମଟାଙ୍କୁରା ଘଟଣା । କୁମ୍ଭୀର ସହ ଲଢି ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ଏହ ଗାଁର ମନୋଜ ସାହୁଙ୍କ ପୁଅ ଓମପ୍ରକାଶ । ଲଢେଇ ସେ ଆହତ ହୋଇଛନ୍ତି । ତାଙ୍କ ଦୁଇ ଗୋଡ, ହାତ ଓ ପିଠିରେ ଆଘାତ ଲାଗିଛି । ଆହତ ଅବସ୍ଥାରେ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଓମ ପ୍ରକାଶ ଆଜି ଦିନ ପ୍ରାୟ ୧ ଟା ବେଳେ କାଣି ନଦୀକୁ ଗାଧେଇବା ପାଇଁ ଯାଇଥିଲେ। ଗାଧୋଉଥିବା ବେଳେ ତାଙ୍କୁ ପ୍ରାୟ ୧୦ ଫୁଟ ଲମ୍ବର କୁମ୍ଭୀର ଟାଣି ନେଇଥିଲା। ନିକଟରେ ଗାଧୋଉଥିବା ଅନ୍ୟମାନେ କୁମ୍ଭୀର ଓମକୁ ଟାଣି ନେଉଥିବା ଦେଖି ଚିତ୍କାର କରିବା ସହ ପାଖରେ ଥିବା ଗାମୁଛା ଫୋଫଡ଼ି ଥିଲେ। କିନ୍ତୁ ପାଣି ଭିତରେ ନାବାଳକ ଓମ ଭୟ ନକରି ମଣିଷ ଖିଆ କୁମ୍ଭୀରକୁ ଗୋଇଠା ମାରିବା ସହ ପ୍ରାୟ ୩୦ମିନିଟ ଧରି ଲଢେଇ କରିଥିଲେ। କୁମ୍ଭୀରକୁ ଦୃଢ ମୁକାବିଲା କରିବା ପରେ ଶେଷରେ ହାର ମାନି ଥିଲା ଶିକାରୀ କୁମ୍ଭୀର ଆଉ ଜୀବନ ବଞ୍ଚାଇ ଥିଲେ ଓମ। ହେଲେ କୁମ୍ଭୀର ଆକ୍ରମଣରେ ସେ ଗୁରୁତର ହୋଇପଡିଥିଲେ। ନିକଟରେ ସାଙ୍ଗ ସାଥି ମାନେ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ। ଓମଙ୍କ ଦୁଇ ଗୋଡ଼ ଓ ଦୁଇ ହାତରେ କୁମ୍ଭୀର କାମୁଡ଼ାରେ ଗଭୀର ଭାବେ କ୍ଷତ ସୃଷ୍ଟି ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ପରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Also Read  CHSE to announce +2 arts, commerce and vocational studies results on May 31